ଗଜପତିରେ ବର୍ଷାଭାବ ଯୋଗୁଁ ପ୍ରକୃତିର ବୈଚିତ୍ର, ଚିରସ୍ରୋତା ଗଣ୍ଡାହାତୀ ଜଳପ୍ରପାତର ଝର ଚଳିତ ବର୍ଷ ଶୁଖିଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷାଭାବ ଯୋଗୁଁ ପ୍ରକୃତିର ବୈଚିତ୍ର,ଅପରୂପ ଶୋଭାର ଗନ୍ତାଘର, ଚିରସ୍ରୋତା ଗଣ୍ଡାହାତୀ ଜଳପ୍ରପାତର ଝର ଚଳିତ ବର୍ଷ ସମ୍ପୂର୍ଣ ଭାବେ ଶୁଷ୍କ ହୋଇଯାଇଥିବା ଦେଖାଦେଇଛି. ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳର ୩୦ ଗୋଟି ଗ୍ରାମରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ରହିଥିବା କୂପ ଓ ପୋଖରୀ ଗୁଡିକରେ ଜଳର ଝର ଶୁଖିବାରେ ଲାଗିଛି. ଖରାଦିନିଆ ବିଭିନ୍ନ ଫସଲ ଓ ପନିପରିବା ଚାଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଚଳିତ ବର୍ଷ ଗଜପତିରେ ବର୍ଷାଭାବ ଦେଖାଦେଇଛି. ଏଥିସହ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ପ୍ରାୟତଃ ସମସ୍ତ ଜଳାଶୟ ତଥା ଜଳ ଉତ୍ସ ଶୁଖୁବାରେ ଲାଗିଛି। ଏହି ସବୁର ପ୍ରଭାବ ଯୋଗୁଁ ଦୀର୍ଘ ବର୍ଷ ପରେ ଗଣ୍ଡାହାତୀ ଜଳ ପ୍ରପାତର ଝର ସମ୍ପୂର୍ଣ ଭାବେ ଶୁଖିଯାଇଛି. ଏହାର ପ୍ରଭାବରେ ଗଣ୍ଡାହାତୀ ଜଳ ପ୍ରପାତର ନିମ୍ନଗାମୀ ଅଞ୍ଚଳର ୩୦ ରୁ ଉର୍ଦ୍ଧ ଗ୍ରାମରେ ପିଇବା ପାଣିର ଅସୁବିଧା ହେବା ସହ ଅଞ୍ଚଳର କୂପ, ପୋଖରୀ ଆଦି ଶୁଖିଯାଇଛି. ପନିପରିବା ଚାଷ ଓ ଖରାଟିଆ ବିଭିନ୍ନ ଫସଲ ଉପରେ ଏହାର ପ୍ରଭାବ ପଡିଛି. ଏହି ପ୍ରପାତର ଜଳ ଶୁଖିବା ଯୋଗୁଁ ପଡୋଶୀ ଆନ୍ଧ୍ରର ୧୪ ଗୋଟି ଗ୍ରାମରେ ମଧ୍ୟ ଏଭଳି ପ୍ରଭାବ ପଡିଛି. ଏପରି ଅବସ୍ଥା ଜାରି ରହିଲେ ଚଳିତ ବର୍ଷ ଚାଷବାସ ଠାରୁ ଆରମ୍ଭ କରି ପାଣି ମୁନ୍ଦାଏ ପାଇଁ ଡହଳବିକଳ ହୋଇପଡ଼ିବା ଆଶଙ୍କା ପ୍ରକାଶ ପାଉଛି ଓ ବର୍ତ୍ତମାନ ଜଳ ସଙ୍କଟ ପରିସ୍ଥିତି ଆରମ୍ଭ ହୋଇଗଲାଣି। ବିଶେଷ କରି ବନ ପାହାଡ ଅଞ୍ଚଳ ଗୁଡିକରେ ପିଇବା ପାଣି ସମସ୍ୟା ଲାଗିରହିଛି । ସମସ୍ତ ପ୍ରାକୃତିକ ଜଳଉସ୍ମ ଶୁଖୁବାରେ ଲାଗିଛି। ଏଥିଯୋଗୁଁ ଗ୍ରାମାଞ୍ଚଳବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଗତ ଅଗଷ୍ଟ ମାସ ଠାରୁ ଜିଲ୍ଲାରେ ବର୍ଷା ନ ଥିବା ବେଳେ କାଳବୈଶାଖୀ ବା ପଶ୍ଚିମାଝଡ ପ୍ରଭାବରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ହେଲେ ଏହା ଜଳରାଶି ବୃଦ୍ଧି କରିବା ନିମନ୍ତେ ପର‌୍ୟ୍ୟାପ୍ତ ହେଉନାହିଁ। ବର୍ତ୍ତମାନ ରବି ଋତୁରେ ଚାଷଜମିକୁ ଜଳ ସମସ୍ୟା ଦେଖାଦେଇଛି। ବୋର୍ ୱେଲ୍ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାରେ ଜିଲ୍ଲାର ମାତ୍ର କିଛି ଅଞ୍ଚଳରେ ଚାଷ କାମ ହେଉଛି ଜ୍ଝ ପନିପରିବା ଚାଷ ଠାରୁ ଆରମ୍ଭ କରି ରବି ଚାଷ ପ୍ରଭାବିତ ହେଉଛି । ସେହିପରି ବିଭିନ୍ନ ଗ୍ରାମାଞ୍ଚଳରେ ଜଳକଷ୍ଟ ଭୋଗୁଥିବା ଧ୍ଵନୀ ଶୁଭିଲାଣି ପାରଳା ଏପରିକି ପାରଳା ସହରାଞ୍ଚଳରେ ମଧ୍ୟ ଜଳ ସଙ୍କଟ ଜାରି ରହିଛି। ମହେନ୍ଦ୍ରତନୟା ନଦୀ ଶୁଷ୍କ ହୋଇପଡ଼ିଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ସହରର କେଉଁ କେଉଁ ଅଞ୍ଚଳରେ ଦିନେ କିମ୍ବା ଦି ଦିନ ଅନ୍ତରାଳେ ପାନୀୟ ଜଳ ଛାଡୁଛନ୍ତି । ଏପରିକି ପ୍ରାକୃତିକ ସୌନ୍ଦର‌୍ୟ୍ୟ ଭରାରେ ରହିଥ‌ିବା ଚିରସ୍ରୋତା ଗଣ୍ଡାହାତୀ ଜଳପ୍ରପାତମଧ୍ୟ ଚଳିତ ବର୍ଷ ଶୁଷ୍କ ହୋଇପଡ଼ିଛି ଓ ଗଣ୍ଡାହାତୀ ଜଳ ପ୍ରପାତର ପାଣି ଝରାକୁ ନେଇ ବର୍ଷତମାମ ପର‌୍ୟ୍ୟଟକଙ୍କ ସୁଅ ଛୁଟିଥାଏ ଜ୍ଝ ଆଗାମୀ ଦିନରେ ବର୍ଷା ନ ହେଲେ ଏହା ସମ୍ପୂର୍ଣ ଶୁଷ୍କ ହୋଇପଡ଼ିବ ଓ ମାନବ ସମାଜରେ ଜଳକଷ୍ଟ ପଦଧ୍ବନୀ ଦେଇଥିବା ବେଳେ ଜୀବଜଗତ ମଧ୍ୟ ଏପରି ପ୍ରାକୃତିକ ଜଳଉତ୍ସ ଗୁଡିକ ଶୁଷ୍କ ହୋଇପଡ଼ିଥିବା ଯୋଗୁଁ ଜନବସତି ମୁହାଁ ହୋଇ ବିପଦରେ ପଡ଼ିବା ସହ ପିଇବା ପାଇଁ ପାଣି ନ ପାଇ ଜୀବନ ହାରିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ପରିବେଶବିତ ଏପରି ଅଭାବି ବର୍ଷାର କାରଣ କହିବାକୁ ଯାଇ କେବଳ ଗଛକଟାକୁ ହିଁ ଦାୟୀ କରିଛନ୍ତି ଜ୍ଝ ଗଛ କଟା ଯୋଗୁଁ ପରିବେଶର ବିପର‌୍ୟ୍ୟୟ ମୁଖ୍ୟ କାରଣ ବୋଲି ଦର୍ଶାଉଛନ୍ତି ଜ୍ଝ ଏକଦା ବନ ପାହାଡ ସବୁଜିମାରେ ଭରପୁର ଥିବା ଗଜପତି ଜିଲ୍ଲାରେ କୌଣସି ନା କୌଣସି କାରଣରୁ ବ୍ୟାପକ ଗଛ କଟାଯାଇଛି ଏବଂ କଟାଯାଉଛ ଜ୍ଝ ନୂତନ ବନାଞ୍ଚଳ ସୃଷ୍ଟି କରିଥିବାର ମଧ୍ୟ ନଜିର ନାହିଁ। ଏପରି ସ୍ଥଳେ ପ୍ରକୃତି ଦାଉ ସାଧୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ