ମୋହନାରେ କାଳବୈଶାଖୀର ତାଣ୍ଡବ,ବଜ୍ରପାତରେ ୨ ଯୁବକ ଗୁରୁତର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଯୋଗୁଁ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରତାପପୁର ଗାଁର କାଳୁଚରଣ ପାଇକ (୧୯) ଓ ଅଶୋକ ଗାଁର ଟିଟୁ ମଲିକ (୧୭)। ମୋହନା ଥାନା ଝାଟିକାସାହି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଦୁଇ ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ଶୁକ୍ରବାର ଅପରାହ୍ନ ପ୍ରାୟ ୫ ଟାରେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା | ଝାଟିକାସାହି ଗାଁ ଛକର ଦୋକାନ ପାଖରେ ଥିବା ଏକ ଗଛ ଉପରେ ବଜ୍ରପାତ ହୋଇଥିଲା | ଦୋକାନରେ ଥିବା କାଳୁ ଓ ଟିଟୁ ଉପରେ ବଜ୍ରପାତ ପ୍ରଭାବ ପଡ଼ିବାରୁ ଉଭୟ ଗୁରୁତର ଆହତ ହୋଇ ତଳେ ପଡ଼ି ଛଟପଟ ହେଉଥିଲେ । ଗାଁ ଲୋକେ ଉଭୟଙ୍କୁ ତୁରଏ ଉଦ୍ଧାର କରି ଚିକିତ୍ସା ପାଇଁ ମୋହ‌ନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ଡା. ଅନୁପମା ପାଢ଼ୀ ଉଭୟଙ୍କୁ ଚିକିତ୍ସା କରିବା ସହ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ