ଛତ୍ରପୁର ବିଧାନସଭା ଆସନ ନିମନ୍ତେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥିଙ୍କ ଜୋରଦାର ପ୍ରଚାର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ଛତ୍ରପୁର ବିଧାନସଭା ଆସନ ନିମନ୍ତେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା ଆଜି ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି l ସନ୍ଧ୍ୟାରେ ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଛତ୍ରପୁର ସହରରେ ପ୍ରଚାର ଆରମ୍ଭ କରିଛନ୍ତି l କଂଗ୍ରେସ ଦଳର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ପଟନାୟକ ଓ ନିଜେ ବିଧାୟକ ପ୍ରାର୍ଥୀ ଭାବେ ଦୁଇ ଗୋଟି ଭୋଟ ହାତ ଚିହ୍ନକୁ ଦେଇ ବିଜୟୀ କରିବା ପାଇଁ ଜନସାଧାରଣଙ୍କ ଆଶୀର୍ବାଦ ମାଗିଥିଲେ ଏବଂ ଘର କୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି, ଦେଶ ତଥା ରାଜ୍ୟରେ ଉନ୍ନତି, ନ୍ୟାୟ ଓ ଜନସାଧାରଣଙ୍କ ଅଧିକାର ସାବସ୍ତ୍ୟ କରିବାରେ ଏକ ମାତ୍ର କଂଗ୍ରେସ ଦଳ ନିସ୍ଵାର୍ଥପର ଭାବେ କାମ କରି ଆସୁଛି l ଚଳିତ ସାଧାରଣ ନିର୍ବାଚନରେ ଦଳ ସତ୍ତାକୁ ଆସିଲେ ଗୃହ ଜ୍ୟୋତି, ଯୁବ ବିକାଶ, କୃଷକ ବନ୍ଧୁ, ଗୃହ ଲଷ୍ମୀ ଆଦି ଜନକଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସମ୍ବନ୍ଧରେ ଏକ ଗ୍ୟାରେଣ୍ଟି କାର୍ଡ ପ୍ରସ୍ତୁତ କରାଯାଇଛି l ଏଣୁ କଂଗ୍ରେସ ଦଳକୁ ସୁଯୋଗ ଦେବା ଲାଗି ଉଭୟ ଲୋକସଭା ଓ ବିଧାୟକ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ମୋହର ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ପ୍ରାର୍ଥୀ ଭାଗିରଥି l ଏହି ପ୍ରଚାରରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଛତ୍ରପୁର ନଗର କଂଗ୍ରେସ ସଭାପତି କାଳିଆ ରାଉଳ, ଯୁବନେତା ମହେଶ ଗୌଡ଼, ସୁବୋଧ ସୁମନ ସ୍ୱାଇଁ, ଆଇନଜୀବି ବାବୁ ନାହାକ,ଯୁବନେତା ଗୋବିନ୍ଦ ପାପା ରାଓ ଙ୍କ ସମେତ ବହୁ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ