ପୂର୍ବାଞ୍ଚଳ ପୋଲିସ ରେଞ୍ଜର ସାଧାରଣ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ଡିଜିପି ଅରୁଣ ଷଡଙ୍ଗୀ

ବାଲେଶ୍ୱର, (ସରୋଜ ପଣ୍ଡା) : ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଦିନିକିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସି ପୂର୍ବାଞ୍ଚଳ ଆଇଜିଙ୍କ ସଭାଗୃହ ଠାରେ ପୂର୍ବାଞ୍ଚଳ ରେଞ୍ଚ ଅଧୀନରେ ଥିବା ବାଲେଶ୍ଵର,ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ୩ ଟି ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପାଇଁ ପୋଲିସ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ। ଏ ନେଇ ଅପରାହ୍ନ ୫ ଟା ବେଳେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ, ପୂର୍ବାଞ୍ଚଳ ପୋଲିସ ଜୋନ ଅଧୀନରେ ଥିବା ଲୋକସଭା ଓ ବିଧାନ ସଭା ନିର୍ବାଚନ କୁ ସୁଚାରୁ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଏହି ରେଞ୍ଜ ଅଧୀନରେ ଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ଠାରୁ ଗଣ୍ଡଗୋଳ ନକରିବା ପାଇଁ ବୋଣ୍ଡ ନେବା,ମାଦକ ଦ୍ରବ୍ୟ ଓ ନିଶା ଦ୍ରବ୍ୟ ର ଚୋରାଚାଲାଣ ଉପରେ ରୋକ ଲଗାଇବା, ଆନ୍ତରାଜ୍ୟ ପୋଲିସ ସହ ସମନ୍ଵୟ ବୈଠକ ଆଦି କାର୍ଯ୍ୟକ୍ରମ ଗୁଡ଼ିକ ରେଞ୍ଜ ପୋଲିସ ତରଫରୁ ଗ୍ରହଣ କରାଯାଇଥିବାର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।ଏହି ସମୀକ୍ଷା ବୈଠକର ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସମେନ୍ଦ୍ର ପ୍ରିୟଦର୍ଶୀ,ଏଡିଜି ନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର,ଏସପି ହେଡ କ୍ୱାଟର ବତୁଲା ଗଙ୍ଗାଧର,ଙ୍କ ସମେତ ପୂର୍ବାଞ୍ଚଳ ଆଇଜି ଦୀପକ କୁମାର,ବାଲେଶ୍ଵର ଏସପି ସାଗରିକା ନାଥ,ଭଦ୍ରକ ଏସପି ବରୁଣ ଗଣ୍ଟୁପାଲି,ମୟୂରଭଞ୍ଜ ଏସପି ଏସ.ଏସ ସୁଶ୍ରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ