କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମର ଗ୍ରାମଦେବତୀ ମା’ କୁଲେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଭାଗବତ ମେଳଣ ଅନୁଷ୍ଠିତ ହୋଇଯାଇଛି। କନ୍ଦରପୁର ଗ୍ରାମର ଅଧିକାରୀ ଜଟାଧାରୀ ରାଉତଙ୍କ ନିର୍ଦ୍ଦେଶରେ ଏବଂ କାଳନ୍ଦୀ ଚରଣ ସ୍ୱାଇଁ ଓ ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ମୋଟ ୧୯ଟି ସୁସଜ୍ଜିତ ବିମାନ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଭାଗବତ ମେଳଣ ଉତ୍ସବକୁ ଗ୍ରାମର ପ୍ରକାଶ ସ୍ୱାଇଁ,ପ୍ରଶାନ୍ତ ତରାଇ,ସର୍ଦାରି ସ୍ୱାଇଁ,ସମ୍ବିତ ସ୍ୱାଇଁ,ଅରୁଣ ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ,ଅମୂଲ୍ୟ ତରାଇ,ବିକି ଓଝା,ବବୁଲ ସ୍ୱାଇଁ,ମକୁ ସ୍ୱାଇଁ, ଶ୍ରୀଧର ସ୍ୱାଇଁ,ଶଶିକାନ୍ତ ସ୍ୱାଇଁ,ନିଲୁ ସାହୁ,ଶ୍ରୀହରି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ