ମ୍ୟାଲେରିଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, (ଅନିଲ କୁମାର):ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମ୍ୟାଲେରିଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ମଇଳା ଏରିଆ ଏହିରୋଗର ବୃଦ୍ଧିର କାରଣ ହେତୁ ଏହାକୁ ମ୍ଯାଲେରିଆ କୁହଯାଏ।ଘରପାଖ ସନ୍ତସନ୍ତିଆ, ଗଛ ବୁଦା, ପାଣି ଜମି ରହୁଥିବା ଜାଗାରେ ମାଇ ଏନୋଫିଲିସ ମଶା ତାହାର ବଂଶ ବିସ୍ତାର କରେ ଓ ଲୋକଙ୍କୁ କାମୁଡି କମ୍ପ ଜ୍ୱର ସୃଷ୍ଟିକରେ। ଏହାକୁ ବିଷମଜ୍ୱର କୁହଯାଏ।ପ୍ରତିଦିନ, ଦିନେ ଛାଡି ଦିନେ ବା ଦୁଇଦିନରେ ଥରେ କମ୍ପ ସହ ଭୀଷଣ ଜ୍ୱର ଆସି ଝାଳ ବାହାରି ଛାଡି ଯାଏ।ମୁଣ୍ଡ ଓ ଶରୀର ବ୍ୟଥା ହୁଏ।ଘର ଚାରିପାଖ ସଫା ରଖନ୍ତୁ, ମଶା ଠାରୁ ରକ୍ଷା ପାଇଁ ମଶାରୀ ଟାଣନ୍ତୁ, ଝୁଣା, ନିମ୍ବ, ବେଗୁନିଆ ପତ୍ର ଧୂପ ଦିଅନ୍ତୁ। କଣ୍ଟାମାରିଶ ମୂଳ ପନ୍ଦର ଦିନ ସକାଳୁ ଥରେ ଖାଇଲେ ତିନିମାସ ଜ୍ୱର ହେବନାହିଁ। ଜ୍ୱର ହେଲେ ତିରିଶି ମିଲି. ଗଙ୍ଗଶିଉଳୀ ପତ୍ର ରସ ଦିନରେ ତିନିଥର ମହୁ ସହିତ ପିଅନ୍ତୁ ବା ମହା ସୁଦର୍ଶନଘନ ବଟି ଗୁଳୁଚି ପତ୍ର ରସ ସହ ଦିନରେ ତିନିଥର ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ଭଲ ହୋଇଯିବେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ