ନିମାପଡ଼ାରେ ବିଜେଡ଼ିର ପ୍ରଚାର

ନିମାପଡ଼ା,( ସନ୍ତୋଷ ଦାଶ)ନିମାପଡା ରେ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଶହ ଶହ ସଂଖ୍ୟାରେ ବାଇକ ଶୋଭାଯାତ୍ରା କରି ନିମାପଡା ଓ ଗୋପ ରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ନିମାପଡା ବିଜେଡିରେ ଅଡୁଆ ବଢିବାରେ ଲାଗିଛି । ନିକଟରେ ଏକ ଭାଇରାଲ ଭିଡିଓରେ ଅସନ୍ତୁଷ୍ଟ ବିଜେଡି କର୍ମୀ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ ନ କଲେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ସମୀର ସମର୍ଥକ ନିଜକୁ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାର କେଇ ଘଣ୍ଟା ମଧ୍ୟରେ ବାଇକ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ନିମାପଡାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ । ଆଜି ନିମାପଡ଼ା ହରିପୁର ଛକ ଠାରୁ ଶହ ଶହ ସଂଖ୍ୟାରେ ବାଇକ ଶୋଭାଯାତ୍ରା କରି ନିମାପଡା ଓ ଚାରିଛକରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି । ଗତକାଲି ସମୀରଙ୍କର ଭିଜୁଆଲ ଭାଇରାଲ ହେବାର କେଇ ଘଣ୍ଟା ନ ପୁରୁଣୁ ନିଜର ସମର୍ଥକ ମାନଙ୍କୁ ଧରି ବାଇକ ଶୋଭାଯାତ୍ରାରେ ବାହାରିଥିବା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଜଗତସିଂହପୁର ସାଂସଦ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ । ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା ଦ୍ବାରା ଲୋକ ବେଶ ଉପକୃତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ପାଇଁ ଅପିଲ କରିଛନ୍ତି । ତେଣୁ ଲୋକଙ୍କୁ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ଓ ସାଂସଦ ପ୍ରାର୍ଥୀ ଭାବେ ନିଜକୁ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ ସମୀର ଦାସଙ୍କ ଅସନ୍ତୋଷ ଉପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମୀର ବାବୁ ଆମର ଅତି ପ୍ରିୟ । ସମୀର ରଞ୍ଜନ ଦାସ ଏବେ ମଧ୍ୟ ଦଳରେ ଅଛନ୍ତି, ସମୀର ବାବୁଙ୍କୁ ଦଳ ବହୁତ ସମ୍ମାନ ଦେଇଛି, ସେ ମଧ୍ୟ ଦଳ ପାଇଁ ଅନେକ କାମ କରିଛନ୍ତି । ସେ ଦଳକୁ ସହଯୋଗ କରିବେ, ଗୋଟିଏ ପରିବାରର ଆମେ, ଗୋଟିଏ ସୂତାରେ ବନ୍ଧା । ବିଜୁ ଜନତା ଦଳ ସବୁ ବେଳେ ଏକ ହୋଇ କାମ କରିଛି, ମନୋମାଳିନ୍ୟ ଥିଲେ ମଧ୍ୟ ଏକ ହୋଇ ସମସ୍ତଙ୍କୁ ନେଇ କାମ କରିବୁ ବୋଲି ରାଜଶ୍ରୀ କହିଛନ୍ତି ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା କେବେ ପରିବର୍ତ୍ତନ କରନ୍ତି ନାହିଁ, ସମୀର ବିରୋଧ କରି ସ୍ଵାଧୀନ ଲଢ଼ିଲେ କେତେ କାମ କରିବ ତାହା ସମୟ କହିବ । ନବୀନ ପଟ୍ଟନାୟକଙ୍କ ସପକ୍ଷରେ ନିମାପଡ଼ା ବାସୀ ଅଛନ୍ତି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଯେତେ ବିରୋଧ କଲେ ମଧ୍ୟ ପ୍ରଭାବ କିଛି ପଡିବ ନାହିଁ ବୋଲି ନିମାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଭୂପେଶ ଚନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଟିକେଟ ରୁ ବଞ୍ଚିତ ସମିର ଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେଉଛି ତାହା କୁ ସମଗ୍ର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଅପେକ୍ଷା କରି ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ