ସମସ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରରେ ଥିବା ୧୦୦ଟି ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଯୋଗଦେଇ ଉଠାଦୋକାନୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ଦାସ କହିଲେ ଯେ, ଭୁବନେଶ୍ୱରରେ ଏବେ ବହୁ ଭେଣ୍ଡିଂଜୋନ କରାଯାଇଛି, ଆଗକୁ ପ୍ରତ୍ୟେକ ୱାର୍ଡ଼ରେ ଭେଣ୍ଡିଂଜୋନ କରାଯାଇ ଉଠାଦୋକାନୀମାନଙ୍କୁ ଥଇଥାନ କରାଯିବ ।ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଯେ, ଉତ୍ତର ନିର୍ବାଚନ ମଣ୍ଡଳୀରେ ଥିବା ଉଠାଦୋକାନୀମାନେ ବହୁ ସମୟରେ ମୋ ପାଖକୁ ଆସିଛନ୍ତି ଏବଂ ମୁଁ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି । ଆଗକୁ ନିର୍ବାଚନ ଥିବାରୁ ଆଚରଣ ବିଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୌଣସି ପ୍ରତିଶ୍ରୁତି ଦିଆଯିବା ନାହିଁ । ନିର୍ବାଚନ ସରିଲା ପରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ରାଉତ କହିଥିଲେ ।ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ଉପଦେଷ୍ଟା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଭୁବନେଶ୍ୱରରେ ବହୁ ଭେଣ୍ଡିଂଜୋନ ଗଠନ କରି ଦେଶ ବିଦେଶରେ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଗକୁ ବହୁ ପର୍ଯ୍ୟାପ୍ତ ପରିମାଣର ଭେଣ୍ଡିଂଜୋନ ପ୍ରତିଷ୍ଠା କରାଯାଇ ସମସ୍ତ ଉଠାଦୋକାନୀମାନଙ୍କୁ ଥଇଥାନ କରାଯିବ ଏବଂ ଦୋକାନୀମାନଙ୍କ ଯେଉଁସବୁ ସମସ୍ୟା ରହିଛି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ସେସବୁର ସମସ୍ୟାର ସମଧାନ କରାଯିବ ବୋଲି କହିଥିଲେ । ବିଜେପି ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ଯୋଗଦେଇ ଆଗାମୀ ନିର୍ବାଚନରେ କିଭଳି ଜନପ୍ରତିନିଧିମାନଙ୍କୁ, ସେ ସମ୍ପର୍କରେ ସମସ୍ତ ଉଠାଦୋକାନୀମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା କଟକ ମେୟର ସୁବାସ ସିଂ ଯୋଗଦେଇ କହିଲେ ଯେ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ଉଠାଦୋକାନୀମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଠାଦୋକାନୀମାନଙ୍କ ସମସ୍ୟା ପ୍ରତି ଯତ୍ନବାନ ଅଛନ୍ତି । ପରିଶେଷରେ ଯୁଗ୍ମ କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକକୁ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, ଧନେଶ୍ୱର ବାରିକ, ବିପିନ ଜେନା, ଲଲାଟ ଓଝା, ଶାନ୍ତନୁ କୁମାର ସାହୁ, ସସ୍ମିତା ସହୁ, ସୁଦର୍ଶନ ପୃଷ୍ଟି, ମନୋଜ କୁମାର ସାହୁ, ସୁମନ ପୃଷ୍ଟି, ଶରତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଗୋଲାପୀ ବୈରୀଗଞ୍ଜନ ଏବଂ ଭାରତୀ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ