ଶ୍ରମିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ଠାରେ ବିଶ୍ଵ ଶ୍ରମିକ ଦିବସ ମହାସାମରୋହ ରେ ପାଳନ କରାଯିବା ନିମନ୍ତେ ସୋମବାର ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟ ସିପିଆଇ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଙ୍କ ସଂଯୋଜନା ରେ ଆୟୋଜିତ ବୈଠକ ରେ ସିପିଆଇ(ଏମ) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ,ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର ଙ୍କ ସମେତ ପାର୍ଟି କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ ଓ ସିପିଆଇ(ଏମ) ପାର୍ଟି ପକ୍ଷରୁ ମିଳିତ ଭାବେ ବିଶ୍ଵ ଶ୍ରମିକ ଦିବସ ଅବସରରେ ସାଧାରଣ ସଭାର ଆୟୋଜନ କରାଯିବା ସହ କମ୍ୟୁନିଷ୍ଟ ପାର୍ଟି ର ପତାକା ଉତ୍ତୋଳନ କରାଯିବା ନିମନ୍ତେ ବୈଠକ ରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ