ଜନ୍ମ ମାଟିରେ ଇଂ.ସୁରଜ୍ କୁମାର ବେହେରା ସମ୍ବର୍ଦ୍ଧିତ

କଟକ, (ଯୁଗାବ୍ଦ ନ୍ୟୁଜ):୪୨ ମୌଜା ବରାଳ ଗ୍ରାମ ନିବାସୀ ତଥା ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ସହ ସମ୍ପାଦକ ଇଂ.ସୁରଜ କୁମାର ବେହେରାଙ୍କୁ ସମାଜସେବା, ଶିକ୍ଷାଦାନ,ରକ୍ତଦାନ,ପରିବେଶ ସୁରକ୍ଷା,ଅଙ୍ଗଦାନ ସଚେତନତା ଆଦି ଉଲ୍ଲେଖନୀୟ ସଫଳତା ନେଇ ସମ୍ବର୍ଦ୍ଧିତ କରାଯାଇଛି । ୪୨ ମୌଜା ବଳୀପୀଠରେ ସରସ୍ଵତୀ କଳା ପରିଷଦ ପକ୍ଷରୁ ଅନୁଷ୍ଠିତ ବଣଭୋଜି ମହୋତ୍ସବରେ ସମ୍ପାଦକ ଆଶୋକ ପଟ୍ଟନାୟକ,ସାହିତ୍ୟିକ ସୀତା ରାମ ପଣ୍ଡା ଡକ୍ଟର ସୁବାସ ସାହୁ,ସାମ୍ୱାଦିକ ଦୁର୍ଗା ମାଧବ ଇଂ.ସେବକ ଶ୍ରୀକାନ୍ତ, ପ୍ରମୁଖ ଯୋଗ ଦେଇଥିଲେ । ବିସିଟି ସହ ସମ୍ପାଦକଙ୍କୁ ଏହି ମର୍ଯ୍ୟାଦା ଜନକ ରାଜ୍ୟସ୍ତରୀୟ ସମ୍ମାନ ନେଇ ପ୍ରତିଷ୍ଠାତା ଇଂ.ବିମଳ ଚଂଦ୍ର,ସଂପାଦକ ପ୍ରିନ୍ସ ନନ୍ଦ ପରିଷଦ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୁରଜ୍ ଅଧୁନା ଗତିରାଉତପାଟଣାସ୍ଥ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ୍ ବସୁନ୍ଧରାରେ ଶିକ୍ଷାଦାନ ସହ ବହୁ ଜନ ହିତକର କାର୍ଯ୍ୟ ଜାରୀ ରଖିଛନ୍ତି । ସେ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ