ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧ କରୁଥିବା ବ୍ୟକ୍ତି ନିଜର ଭୁଲ୍ ବୁଝିପାରି ଆପଣଙ୍କୁ ତାକରିଥିବା ଦୋଷ ପାଇଁ କ୍ଷମା ପ୍ରାର୍ଥନା କରିବ।ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଉନ୍ନତି ଦେଖା ଦେବ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ବୃଷ :-ଆଜି ଧାର୍ମିକ ଅନୁଷ୍ଠାନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ ଆପଣଙ୍କର ପ୍ରଶ˚ସାର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ।

ମିଥୁନ :-ଆଜି ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

କର୍କଟ :-ଆଜି ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀମାନେ ପରାଜିତ ହେବେ ‌। ନୂତନ ଗୃହ ଉପକରଣ କିଣିପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ଭଲ ଖବର ମିଳିବ। ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।

ସିଂହ :-ଆଜି ମନରେ ଆଶା ଆଶଙ୍କା ଦ୍ବନ୍ଦ୍ବ ଦେଖାଦେବ। ନିଜର ନିଷ୍ଠା ଉଦ୍ୟମ ମଧୁର ବ୍ୟବହାର ଦ୍ବାରା ସମସ୍ତଙ୍କ ପାଖରେ ଆଦର ସମ୍ମାନ ପାଇବେ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ ରହିବ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

କନ୍ୟା :-ଆଜି ଆପଣଙ୍କ କାର୍ଯ୍ୟ କଳାପ ଅନ୍ୟକୁ ଆକୃଷ୍ଟ କରିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ।କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ,ଆୟ ବୃଦ୍ଧି ଘଟିବ।

ତୁଳା :-ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ଯୋଜନା ମାନଙ୍କରେ ସଫଳ ହେବା ସହିତ ଲାଭ ବୃଦ୍ଧି ହେବ, ଚାକିରି ରେ ପଦୋନ୍ନତି କରିପାରନ୍ତି। ଆୟକୁ ନେଇ ବ୍ୟୟ କରନ୍ତୁ ଧାର କରଜ କରିବାକୁ ପଡିପାରେ। ଘରକୁ ଅତିଥି ଆସିପାରନ୍ତି। ମହିଳା ଓ ପିଲା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ।

ବିଛା :-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବକେୟା ଦରମା ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିବ। ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ।

ଧନୁ :-ଆଜି ସାବଧାନର ସହ କାମ କରନ୍ତୁ, ସଫଳତା ନିଶ୍ଚିତ ମିଳିବ। ସନ୍ତାନ ସନ୍ତତି ମାନେ ଉନ୍ନତି କରିବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ନୂତନ ଯୋଜନା କରି ତାକୁ ପୁରା କରିବାପାଇଁ ନିଷ୍ପତ୍ତି ନେବେ।କଳା ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ମକର :-ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ସେଥିରେ ଲାଭ ପାଇବେ। ପ୍ରେମରେ ସଫଳତା ମିଳିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଗୃହିଣୀମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ ‌

କୁମ୍ଭ :-ଆଜି ଦିନଟି ଆପଣଙ୍କ ଲାଗି ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବ୍ୟବସାୟରେ ଆୟୋଜିତ କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ

ମୀନ :-ଆଜି ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ପାଇବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ