ସ୍ବର୍ଗୀୟ ଉତ୍ତରା ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସ ପାଳିତ

ବ୍ରହ୍ମପୁର, (ଅନିଲ କୁମାର): ଗୋକରଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଭାକର ସାହୁଙ୍କ ଧର୍ମପତ୍ନୀ ଉତ୍ତରା ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜ଼ିଲ୍ଲା ଶୋଉଣ୍ଡିକ ସମାଜ ତରଫରୁ ମହାସମାରୋହରେ ପାଳିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ଉତ୍ତରାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ତୁତି ଚାରଣ କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥି ସହ ଉତ୍ତରାଙ୍କ ଜୀବନ କାଳରେ ମଧ୍ୟରେ କରିଥିବା ସମାଜ ସେବା କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା କରାଯାଇ ଥିଲା। ଉକ୍ତ ଶୋକ ସଭାରେ ଗଞ୍ଜାମ ଜ଼ିଲ୍ଲା ଉପ ସଭାପତି ହରିଶ୍ଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ନିର୍ମଳ ସାହୁ, କୁନା ସାହୁ, ସବିତା ସାହୁକାର, ବାସୁଦେବ ସାହୁକାର, ଦମୟନ୍ତୀ ସାହୁ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଗଣପତି ସାହୁ ପ୍ରମୁଖଙ୍କ ସମେତ ପ୍ରାୟ ତିନିଶହଜଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ