ମତଦାନ ଏବଂ ଓଡ଼ିଶାର ସ୍ୱାଭିମାନ ସପକ୍ଷରେ ମତଦାନ ପାଇଁ ଅଭିଯାନ : ଏବିଭିପି

ବ୍ରହ୍ମପୁର, (ଅନିଲ କୁମାର): ଗଣତନ୍ତ୍ରର ମହାପର୍ବରେ ଏବିଭିପି ଏକ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l  ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଏବିଭିପି କିଛି ପ୍ରମୁଖ ବିଷୟକୁ ଆଖି ଆଗରେ ରଖି କାମ କରିବ l ଶତପ୍ରତିଶତ ମତଦାନ କରିବାକୁ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚେଇବା ସହିତ ଓଡ଼ିଶାର ଅସ୍ମିତା ପାଇଁ ସାଧାରଣ ଜନତାମାନେ ନିଜର ମତଦାନ କରିବା ପାଇଁ ଏବିଭିପି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ l ଯୁବ ବର୍ଗ ଓ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବକ ମାନଙ୍କୁ ସଚେତନ କରିବା ପାଇଁ ନବ ମତଦାତା ସମ୍ମିଳନୀ କରି ଯୁବକ ମାନଙ୍କୁ ସଚେତନତା କରେଇବା ସହ ଭାରତକୁ ବିଶ୍ୱଗୁରୁ କରିବା, ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ନିଜର ମତଦାନ କରିବା ପାଇଁ ସଂଗଠନ ଆହ୍ଵାନ କରୁଛି। ଆଜି ଦେଶରୁ ୩୭୦ ଧାରା ହଟିଛି, ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେଉଛି, ୩୫ ବର୍ଷ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି ଗଞ୍ଜାମ ଜିଲ୍ଲା ରେ ଆଇଜର ପ୍ରତିଷ୍ଠା ହୋଇପାରିଛି ଏହି ସବୁ ବିଷୟକୁ ଚିନ୍ତା କରି ଯୁବକ ମାନେ ଭୋଟ ଦିଅନ୍ତୁ।

ଠିକ୍ ସେହି ସମୟରେ ଓଡ଼ିଶାର ଯୁବକ ଛାତ୍ର ମାନଙ୍କୁ ଦୀର୍ଘ ୨୪ ବର୍ଷ ଧରି ପ୍ରତାରଣା କରିବା ସହ ତାଙ୍କୁ ମିଛ ପ୍ରତିଶୃତି ଦେଇ ଆସୁଛି ନବୀନ ସରକାର । ସ୍ଵୟଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଲକ୍ଷ ଲକ୍ଷ ଯୁବକ ମାନେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ସ୍ଥାନୀୟ କଳକାରଖାନାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନି। ଗଞ୍ଜାମର ବ୍ରହ୍ମପୁର ରେଶମ ପାଟ ଓ ଆସିକା ସୁତାକଳ ଥିବା ସତ୍ତ୍ଵେ ଅନ୍ୟରାଜ୍ୟରେ ଯାଇ ସୁତାକଳରେ କାମ କରିପାରୁଛନ୍ତି ଗଞ୍ଜାମରେ କଣ ପାଇଁ ସରକାର ପ୍ରୋତ୍ସାହନ ଦେଉନାହାନ୍ତି।
ଛାତ୍ର ସମାଜ ଆଜି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ, ଅଧ୍ୟାପକ ପଦବୀ ଖାଲି ପଡିଛି, ଶିକ୍ଷା ଅନୁଷ୍ଠାନରେ ଭଉଣୀ ଟିଏ ସୁରକ୍ଷିତ ନାହିଁ ଆଜି କ୍ୟାମ୍ପସରେ ଅରାଜଗତା ସୃଷ୍ଟି ହୋଇଛି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୧୮୨ ରୁ ୮୩ ଟି ଅଧ୍ୟାପକ ପଦବୀ ଖାଲି ସହ ପାଖାପାଖି ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ମାନଙ୍କରେ ୫୭ % ଅଧ୍ୟାପକ ପଦବୀ ଖାଲି ପଡିଛି। । କଲେଜରେ କେବଳ ରଙ୍ଗ ମାରିଦେଲେ ବିକାଶ ହୁଏନି ପ୍ରତ୍ୟେକ ଦିନ କେଉଁ କଲେଜରେ ପ୍ଳାଷ୍ଟର ଖସୁଛି ତ ରମାଦେବୀ ଭଳି ମହିଳା ବିଶ୍ୱବିଦ୍ୟାଳୟରେ 5t ଅନର୍ଭୂକ୍ତ ପାଚେରୀ ଭୁଶୁଡିଛି, ବାଙ୍କୀ କଲେଜରେ ଖେଳ ପଡିଆ ଗ୍ୟାଲେରୀ ଉଦଘାଟନର ୨ ଦିନ ପରେ ଭୁଶୁଡିଲା ଏଇ ସବୁ ଶିକ୍ଷା କ୍ଷେତ୍ରରେ ଚାଲିଥିବା ବଡ ଦୁର୍ନୀତିର ଆଭାସ ।
ବିଜେବି କଲେଜରେ ରୁଚିକା ଆତ୍ମହତ୍ୟା ଘଟଣା, ମମତା ମେହେର ଘଟଣା, ବେବିନା ଭଳି ଶହ ଶହ ଭଉଣୀଙ୍କୁ ନ୍ୟାୟ ଦେବାରେ ବିଫଳ ବିଜେଡି ସରକାର । ଓଡିଶାରେ ମହିଳା ସୁରକ୍ଷା ଏକ ଚିନ୍ତାଜନକ ବିଷୟରେ ପରିଣତ ହେଲାଣି। କଲେଜରେ ସରକାରୀ ଦଳର ଗୁଣ୍ଡାରାଜ ,ବିନାୟକ ଆଚାର୍ଯ୍ୟ କଲେଜରେ ରାଗୀଙ୍ଗ କଲେ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ୍ କମିଟି ସଭାପତି ,ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଫେକ ସାର୍ଟିଫିକେଟରେ ଆଡମିସନ କଲେ ,ବିଜେବି କଲେଜରେ ତ୍ରିରଙ୍ଗା ରାଲିକୁ ଅଟକାଇଲେ,ଛାତ୍ର ମାନଙ୍କୁ ବାରମ୍ବାର ଆକ୍ରମଣ କଲେ,ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଙ୍କୁ ଆକ୍ରମଣ କଲ ,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କୁ ଆକ୍ରମଣ ,ଆହୁରି ଗୁଡ଼ିଏ କେଳେଙ୍କାରୀରେ ବିଜୁ ଛାତ୍ର ଜନତା ଦଳର ନାମ ସର୍ବସମ୍ମୁଖରେ ଆସିଛି। ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ପ୍ରତ୍ଯେକ ଦିନ ରୋଗୀ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାର ସୀମା ସୁରକ୍ଷା ବିଷୟରେ ବି ଯୁବକ ମାନେ ଚିନ୍ତା କରିବେ। କୋଟିଆ ବିଷୟରେ ଓଡ଼ିଶାର ପ୍ରତ୍ଯେକ ଜନତା ଚିନ୍ତିତ। ଏହି ଭଳି ମାଳ ମାଳ ସମସ୍ୟା ବିଷୟରେ ଓଡ଼ିଶାର ଯୁବକ ମାନେ ଚିନ୍ତା କରିବେ। ଓଡିଶାରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ, ଓଡିଶାରେ ମହିଳା ମାନଙ୍କ ସୁରକ୍ଷା ପାଇଁ, ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓ ଓଡ଼ିଶାର ସ୍ୱାଭିମାନ ,ଓଡ଼ିଆ ଅସ୍ମିତା ପାଇଁ ଯୁବକ ମାନଙ୍କୁ ଭୋଟ ଦେବା ପାଇଁ ଏବିଭିପି ଜନଜାଗରଣ କରିବ । ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ପ୍ରଥମେ ମତଦାନ ତାପରେ ଜଳପାନ ପାଇଁ ପ୍ରତ୍ଯକେଟି ଭୋଟରଙ୍କୁ ଆମେ ଆହ୍ଵାନ କରୁଛୁ। ଭାରତର ଗୌରବ ବଢାଇବା ପାଇଁ, ଓଡ଼ିଶାର ୨୪ ବର୍ଷର ପ୍ରତାରଣାକୁ ପରିବର୍ତ୍ତନ କରିବା ପାଇଁ ଓଡ଼ିଆ ଅସ୍ମିତା ପାଇଁ ଏବିଭିପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ସମସ୍ୟାକୁ ଆଗକୁ ଆଣିବ । ବିଭିନ୍ନ ସ୍ଥାନରେ ନବମତ ଦାତା ସମ୍ମିଳନୀ ଆୟୋଜନ କରିବା, ପଥ ପ୍ରାନ୍ତ ନାଟକ ଘରକୁ ଘର ଯାଇ ଭୋଟର ଙ୍କୁ ୧୦୦ % ମତଦାନ କରିବା ପାଇଁ ଜନ ଜାଗରଣ କରିବ । ଏହି ପରିପେକ୍ଷିରେ ଆଜି ବ୍ରହ୍ମପୁର ଠାରେ ପୋଷ୍ଟର ଓ ଲିଫଲେଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗଂଜାମ ବିଭାଗ ସଂଯୋଜକ ଅନିଲ କୁମାର ସ୍ବାଇଁ, ରାଜ୍ୟ ସୋସିଆଲ ମିଡିଆ ସହ ସଂଯୋଜକ ସୁନୀଲ କୁମାର ଦୋରା ଓ ବ୍ରହ୍ମପୁର ମହାନଗର କାର୍ଯ୍ୟକର୍ତ୍ତା ସିୟାରାଣୀ ପାତ୍ର ପ୍ରମୁଖ ଉପସ୍ଥିତି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ