ଆୟାନି ଡାନ୍ସ ଏକାଡେମୀ ତରଫରୁ ସ୍ୱାସ୍ଥ୍ୟ ଶିବିର ସହ ଅସହାୟ ପରିବାର ଙ୍କୁ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, (ଅନିଲ କୁମାର):ଶ୍ରମିକ ଦିବସ ଅବସରରେଆୟାନି ଡାନ୍ସ ଏକାଡେମୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରେଇନବୋ ଶିକ୍ଷାନୁଷ୍ଠାନ ସହଯୋଗରେ ବହୁ ଗରିବ ପରିବାର ଙ୍କୁ ପୁରୁଣା ଓ ନୂଆ ବସ୍ତ୍ର ବଣ୍ଟନ କରାଯିବା ସହ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଣକର ଅଦରକାରୀ ଅନ୍ୟ ଜଣଙ୍କ ଆବଶ୍ୟକ ଚିନ୍ତାଧାରା କୁ ନେଇ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେମ୍ ନଗର ମୁଖ୍ୟ ରାସ୍ତା ପାଖ ଜଗନ୍ନାଥ ମନ୍ଦିର
ପରିସରରେ ବହୁ ଗରିବ ଅସହାୟ ପରିବାର ଙ୍କୁ ଏପରି ସହଯୋଗ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ମୁଖ୍ୟ ପରିଚାଳିକା ଅସ୍ମିତା ମହାନ୍ତି ଓ ସମାଜସେବୀ ମନୋଜ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ କର୍ପୋରେଟର ସୂଯ୍ୟକାନ୍ତ ସୁବୁଦ୍ଧି, ସୁଶାନ୍ତ ସାବତ, ବଣ୍ଟି ସାହୁ,ପ୍ରଣବ କୁମାର୍ ପଣ୍ଡା, ହେମ ସୁନ୍ଦର,ସୁଦିପ କୁମାର୍ ସାହୁ , ଡ଼ା ସୁରଜିତ ପାଣିଗ୍ରାହି , ନନ୍ଦୀ ଗନ୍ତାୟତ, ମନୀଷା ଦାସ, ବଂଶୀଧର ଦାଶ, ଏସ ଜଗନ୍ନାଥ୍ ରେଡ୍ଡୀ, ଜି.ଭିମେଶ୍ୱର୍ ରାଓ, ରବି ସାହାଣୀ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶିଶୁ କଳାକାର ସାନଭି ସାହୁ ଓ ସମାଜସେବିକା ଗୀତାଞ୍ଜଳି ମହାନ୍ତି ଙ୍କ ଜନମ ଦିବସ ପାଳନ ଅବସରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଅନୁଷ୍ଠାନ ର ମୁଖ୍ୟ ପରିଚାଳିକା ଅସ୍ମିତା କହିବା ସହ ଆଗକୁ ମଧ୍ୟ ଏମିତି ସେବା କାର୍ଯକ୍ରମ ଜାରି ରହିବ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ