ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ବହୁ ଯୁବକ

ବାଲେଶ୍ୱର, (ସରୋଜ ପଣ୍ଡା):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ,ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶ ଏବଂ ବାଲେଶ୍ବର ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ ଦାସଙ୍କ ଜନସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଲେଶ୍ବର ସହରର ବହୁ ବିଜେପି ଯୁବ କର୍ମୀ ଆଜି ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ବାଲେଶ୍ବର ଆଜିମାବାଦ ସ୍ଥିତ ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ କାର୍ଯ୍ୟକ୍ରମରେ ପୌରପାଳିକାର ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ବିଜେଡି ଟାଉନ ସଭାପତି ସନତ ଦାସ,ବିଜେଡି ମହିଳା ଟାଉନ ସଭାପତି କାଉସିଲର ମୀନା ମହାନ୍ତି,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଧିରେନ ନାୟକ,କାଉସିଲର ସଂଧ୍ୟାରାଣୀ ଜେନା,ବିଜେଡି ଟାଉନ ଯୁବ ସଭାପତି ଉମାଶଂକର ତିଆଡି,ବିଜେଡି ନେତା ଅତୁଲ ଶତପଥୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ରତିକାନ୍ତ ବେହେରା, ସୁରଜିତ୍ ସରକାର, ଦୟାଧର ପୃଷ୍ଟି, ଦେବାଶିଷ ସାହୁ, ଆଶିଷ ଦାସଙ୍କ ନେତୃତ୍ୱରେ ବହୁ ଯୁବକ ଆଜି ବିଜେଡିରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ