ବିଶ୍ବ ଶ୍ରମିକ ଦିବସ ପାଳିତ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ଶ୍ରମିକ ସଙ୍ଗଠନ ଏଆଇଟିୟୁସି,ସିଆଇଟିୟୁ ଏବଂ କିସାନ ସଭା ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏଥି ଉପଲକ୍ଷେ ଆୟୋଜିତ ସଭାରେ ସିପିଆଇ(ଏମ) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାର୍ଟି ର ଲାଲ ପତାକା ଉତ୍ତୋଳନ କରିଥିଲେ।ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ(ଏମ) ର ଦିଗପହଣ୍ଡି ଆଞ୍ଚଳିକ କମିଟି ସମ୍ପାଦକ କୁରେଶୁୁ ପଣ୍ଡା,ଭି.ସୁଦର୍ଶନ ରାଜୁ, ଆଇନଜୀବି ପି.ଶିବଶଙ୍କର ପ୍ରମୁଖ ସଭାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି କୁ ତୀବ୍ର ସମାଲୋଚନା କରିବା ସହ ଶ୍ରମିକ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ