ଭୋଗରାଇ ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଲୋକସଭା କାର୍ଯ୍ୟାଳୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଭୋଗରାଇ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦକ ବିଜୟ ସାହୁ ଓ ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ଜୟନ୍ତ ଜେନାଙ୍କ ଉପସ୍ଥିତିରେ ଶତାଧିକ କଂଗ୍ରେସ ଏବଂ ବିଜେଡ଼ି ନେତା ଓ କର୍ମୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଦକ୍ଷତା ଓ ଜନକଲ୍ଯାଣକାରୀ ଯୋଜନା ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି। ନବାଗତ କର୍ମୀଙ୍କୁ ସାଂସଦ ଓ ସଭାପତି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। କୁମ୍ଭାରମୁଳି ପଞ୍ଚାୟତର ସମିତିସଭ୍ୟ ଆଶିଷ ପାତ୍ରଙ୍କ ନେତୃତ୍ବରେ ରାଧାକାନ୍ତ ପ୍ରଧାନ ସମିତିସଭ୍ୟ ଜୟରାମପୁର ପଞ୍ଚାୟତ,ସୁମତି ପାତ୍ର ସରପଞ୍ଚ ଗୁଣାଇବସାନ ପଞ୍ଚାୟତ, କମଳଲୋଚନ ଦେ ଏକ୍ସ-ସିଆରପିଏଫ୍, ସସ୍ମିତା ଦେ ଗୁଣାଇବସାନ ପଞ୍ଚାୟତ, ଶ୍ରୀକାନ୍ତ ଭଞ୍ଜ, ପ୍ରଦୀପ ବାରିକ, ପ୍ରକାଶ ଦତ୍ତ, କମଲ ଲୋଚନ ଦାସ, ରାମକୃଷ୍ଣ ପାତ୍ର, ବିଜୟ ମହାନ୍ତି , ପ୍ରତାପ ପାତ୍ର, ବସନ୍ତ ଦାସ ଅଧିକାରୀ, କୃପାସିନ୍ଧୁ ଦତ୍ତ, ବୈକୁଣ୍ଠ ନାଥ, ପ୍ରଭାକର ଚାନ୍ଦ, କାର୍ତ୍ତିକ ପରିଡ଼ା, ଈଶ୍ୱର ପାଲ, ଜଗନ୍ନାଥ ବାରିକ, ନବକାନ୍ତ ପ୍ରଧାନ, ରଞ୍ଜନ ପ୍ରଧାନ, ସିରିଶ ପାତ୍ର, କମଲ ଲୋଚନ ମହାପାତ୍ର, ଜୀବନ କୃଷ୍ଣ ମହାନ୍ତି, ଧନଞ୍ଜୟ ଦାସ, ରବୀନ୍ଦ୍ର ପାତ୍ର, ଚୈତନ୍ୟ ପାତ୍ର, ଦେବାଶିଷ ଦାସ, ରବୀନ୍ଦ୍ର ଦତ୍ତ, ପ୍ରକାଶ ପାତ୍ର, ମୃତ୍ୟୁଞ୍ଜୟ ପାତ୍ର, ରମେଶ ଚନ୍ଦ୍ର ମଣ୍ଡଳ, ଅରୁଣ ସ୍ବାଇଁ, ଅନାଦି ସ୍ୱାଇଁ, ପରେଶ ମହାନ୍ତି, ବସନ୍ତ ମହାନ୍ତି, ଶମ୍ଭୁ ପାତ୍ର, ସୁଶୀଲ ଦେ, ଗୋପାଳ ଚନ୍ଦ୍ର ଚାନ୍ଦ, କୃପାସିନ୍ଧୁ ଦତ୍ତ, ମୃତ୍ୟୁଞ୍ଜୟ ପାତ୍ର, ବସନ୍ତ ମହାନ୍ତି, ଚିନ୍ମୟ ଚାନ୍ଦ, ଶଙ୍କର ସ୍ବାଇଁଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଆଜିର ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ଜିଲ୍ଲା ଗଣମାଧ୍ୟମ ସହସଂଯୋଜକ ରଣଜିତ ପୁଷ୍ଟି ଓ ଅନୀଲ ମହାନ୍ତି ସଭା କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ