ଗୋଟିଏ ଦିନରେ ୪ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭଞ୍ଜନଗର,(ସନ୍ତୋଷ ଜେନା):ଓଡ଼ିଶା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଯାଉଛି।ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଦେଲେଣି।ହେଲେ ବିଜ୍ଞପ୍ତି ଜାରି ହେବାର ଚତୁର୍ଥ ଦିନରେ ଆଜି ୧୨୩ନଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଦ୍ଵିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ନିଜ ସମର୍ଥକଙ୍କ ଗହଣରେ କଇଣ୍ଡିରୁ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ସେହିପରି ୧୨୯ନଂ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଓ ବିଜେଡ଼ି ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ଏବଂ ୧୨୮ନଂ ଆସ୍କା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀନୀ ମଞ୍ଜୁଳା ସ୍ୱାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବାଜା, ବାଣ ସହ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ସହର ପରିକ୍ରମା କରିଥିଲେ।ସୁରକ୍ଷା ଦୃଷ୍ଟିରୁ ସହର ସାରା ବ୍ୟାପକ ପୁଲିସ କର୍ମଚାରୀ ମୃତୟନ କରାଯାଇଥିଲା।ଆଗାମୀ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଭଲ ପ୍ରଦର୍ଶନ କରି ବିଜୟଲାଭ କରିବାକୁ ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ