କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଷ୍ଟାଡିୟମ ପାଚେରୀ ଭଙ୍ଗାକୁ ବିଜେପିର ନିନ୍ଦା

ଭଞ୍ଜନଗର, (ସନ୍ତୋଷ ଜେନା):ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଦିନ ବିଜୁଜନତା ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଭଞ୍ଜନଗରକୁ ଆସିବା କାର୍ଯ୍ୟକ୍ରମ ରଖାଯାଇଛି । ଏହାକୁ ନେଇ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସଭାସ୍ଥଳ କରିବା ପାଇଁ ଭଞ୍ଜନଗର ସହର ମଧ୍ୟରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମକୁ ବିଜେଡି ପକ୍ଷରୁ ଚୟନ କରାଯାଇଛି । ଏହାରି ମଧ୍ୟରେ ଟେଣ୍ଟ ପାଇଁ ବଡ଼ଗାଡି ପୁରାଇବା ଲାଗି ଷ୍ଟାଡିୟମର ପାଚେରୀକୁ ଭଙ୍ଗାଯାଇଥିବା ନେଇ ଆଜି ଦିନ ତମାମ ସହରରେ ଆଲୋଚନା ଲାଗିରହିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦଳୀୟ କାର୍ଯ୍ୟ ପାଇଁ ବିନା ଅନୁମତିରେ କିଭଳି ଶାସକ ଦଳ ଏଭଳି କାର୍ଯ୍ୟ କରୁଛି ବୋଲି ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ଭଞ୍ଜନଗର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଏକ ପ୍ରେସ ମିଟ ଡକାଇ ଘଟଣାକୁ ନିନ୍ଦା କରିବା ସହ ପ୍ରଶାସନ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ