ପୋଖରୀ ପାଣିରେ ବୁଡି ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଗୁରୁବାର ସକାଳେ ହିଞ୍ଜିଳି ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପୋଖରୀ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ସର୍ମ୍ପକୀୟ ଭାଇ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି । ମୃତକ ଜଣଙ୍କ ହେଲେ ଶେରଗଡ ଥାନା ସ୍ୱର୍ଗତ ଲଡୁ ଗୌଡଙ୍କ ଏକମାତ୍ର ନାବାଳକ ପୁତ୍ର ଟୁବୁଲା ଗୌଡ(୧୨) ଓ ଗୁରୁତର ଅସୁସ୍ଥ ଜଣଙ୍କ ହେଲେ ଶେରଗଡ ଥାନା ତାକରଡା ଗ୍ରାମର ଦିଲ୍ଲିପ ଗୌଡଙ୍କ ନାବାଳକ ପୁତ୍ର ବାଦଲ ଗୌଡ(୧୪) । ୨ ମାଉସୀ ପୁଅ ଭାଇ ଟୁବୁଲା ଓ ବାଦଲ ଗ୍ରୀଷ୍ମ ଛୁଟିରେ ବୁଲିବା ପାଇଁ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ମାମୁଁ ଘରକୁ ବୁଲିବାକୁ ଅସିଥିଲେ । ଗୁରୁବାର ସକାଳେ ଗ୍ରାମ ନିକଟସ୍ଥ ଦେଉଳବନ୍ଧକୁ ଗାଧୋେଇବାକୁ ଯାଇଥିଲେ । ପୋଖରୀ ପାଣିରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ପୋଖରୀ ପାଣି ଭିତରେ ୨ ନାବାଳକ ସର୍ମ୍ପକୀୟ ଭାଇ ବୁଡି ଯାଇଥିଲେ । ପୋଖରୀ ନିକଟରେ ଥିବା କିଛି ଲୋକ ଦେଖିପାରି ୨ ନାବାଳକଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଟୁବୁଲାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ସର୍ମ୍ପକୀୟଙ୍କ ଭିଡ ଜମିବା ସହ କାନ୍ଦ ବୋବାଳିରେ ମେଡିକାଲ ପରିସର ଫାଟି ପଡିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣଶର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ