ଜଳ ଓ ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ପ୍ଳମ୍ବର ଓ ଇଲେକ୍ଟ୍ରିକାଲ ସଂଘ କର୍ମକର୍ତ୍ତା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମା’ କନକଦୁର୍ଗା ପ୍ଳମ୍ବର ଓ ଇଲେକ୍ଟ୍ରିକାଲ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଅବସରରେ ବୁଧବାର ସଂଘ କାର୍ଯ୍ୟାଳୟ ପରିସରରୁ ସଭାପତି ବିଚିତ୍ରାନନ୍ଦ ମୁନିଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ କାଉନସିଲର ବିଭୁ ପ୍ରସାଦ ପଣ୍ଡା ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ସଂଘର ୮୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ସଦସ୍ୟ ମାନେ ଜଳ ଓ ଶକ୍ତି ସଂରକ୍ଷଣ ସର୍ମ୍ପକିତ ପୋଷ୍ଟର, ବ୍ୟାନର, ପ୍ଳ-କାର୍ଡ ଧରି ରାଲିରେ ନଗର ପରିଭ୍ରମଣ କରି ଜନ ସଚେତନତା ସୃଷ୍ଟି କରିଥିଲେ । ସଂଘ ପକ୍ଷରୁ ଆୟୋଜିତ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସହରବାସୀ ଭୂୟସୀ ପ୍ରଂଶସା କରିଥିଲେ । ସଂଘ ଉପସଭାପତି ପ୍ରମୋଦ ମହାରଣା, ସମ୍ପାଦକ ସିମାଞ୍ଚଳ ପଣ୍ଡା, କୋଷାଧ୍ୟକ୍ଷ ଯୁଗୋଳ କିଶୋର ପାଣିଗ୍ରାହୀ, କଳାକାର ବେହେରା, ବାଲାଜି ସ୍ୱାଇଁ, ଗଙ୍ଗାଧର ସାହୁ, ଶିବରାମ ଡାକୁଆ, କଳାକାର ସାହୁ, ରଘୁନାଥ ପାଳ, ଲଡୁକିଶୋର ବିଶ୍ୱସରା, ହିମାଂଶୁ ସାବତ, ଶୁଭ୍ରାଂଶୁ ପାତ୍ର, ଜ୍ଞାନରଞ୍ଜନ ସାହୁ, କରୁଣାକର ସାହୁ, ଶିବରାମ ପାତ୍ର, ରବି ସାହୁଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରମୋଦ ମହାପାତ୍ର, ସୁନିଲ ମହାରଣା, ମହେନ୍ଦ୍ର ପାତ୍ର, ରାମପ୍ରସାଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ