ନାବାଳିକାଙ୍କୁ ପ୍ରେମ ନିବେଦନ ସହ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଜଣେ ନାବାଳିକା ପାଠ ପଢିବାକୁ ଯିବା ସମୟରେ ଏକାକୀ ଦେଖି ପ୍ରେମ ନିବେଦନ କରିବା, ଅଶ୍ଳୀଳ ଇଙ୍ଗିତ କରିବା ସହ ସୁଯୋଗ ଉଣ୍ଡି ହଇରାଣ ହରକତ କରିବା ଶେଷରେ ଯୁବକଙ୍କୁ ମହଙ୍ଗା ପଡିଛି । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ଯୁବକ ଜଣଙ୍କୁ ଜେଲ୍ ଯିବାକୁ ପଡିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଇଲାକାରେ ଘଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକା ସମରକୋର୍ସ ପାଠ ପଢିବା ପାଇଁ ପ୍ରତ୍ୟହ ସକାଳେ ସାଇକେଲ ଯୋଗେ ଘରୁ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି । ନାବାଳିକା ଜଣଙ୍କ ଏକୁଟିଆ ଯିବା ଆସିବା କରୁଥିବା ଦେଖି ନିକଟସ୍ଥ ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପିଛା କରି ବାଟରେ ପ୍ରେମ ନିବେଦନ କରିବା, ମୋବାଇଲ ନମ୍ବର ମାଗିବା, ମୋବାଇଲ ନମ୍ବର ନଦେବାରୁ ହଇରାଣ ହରକତ କରିବା ସହ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ । ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେବାରୁ ନାବାଳିକା ଜଣଙ୍କ ବାଧ୍ୟ ହୋଇ ଘଟଣା ନେଇ ପରିବାର ଲୋକଙ୍କୁ କହିଥିଲେ । ନାବାଳିକାଙ୍କ ବାପା ଘଟଣା ନେଇ ଯୁବକଙ୍କ ଅଭିଭାବକଙ୍କ ସହ କଥାବାର୍ତ୍ତା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଘଟଣା ନେଇ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୪୨୩/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଭେଙ୍କଟରାୟପଲ୍ଲୀ ଗ୍ରାମର ପି. ରାଜେଶ (୨୨) । ଗିରଫ ପରେ ରାଜେଶଙ୍କୁ ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ