ଶ୍ରୀରାମ କନିଷ୍ଠ ବିଦ୍ୟାଳୟରେ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ କନିଷ୍ଠ ବିଦ୍ୟାଳୟରେ ରାସାୟନ ବିଭାଗର ପ୍ରାଧ୍ୟ୍ୟପକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା କନିଷ୍ଠ ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନବକୃଷ୍ଣ ସାହୁକାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ରସାୟନ ବିଭାଗ କୈଳାସ ଚନ୍ଦ୍ର ପ୍ରଧାନ ଦୀର୍ଘ ୩୪ ବର୍ଷ କର୍ମମୟ ଜୀବନରୁ ଅବସର ନେଇଛନ୍ତି | ସେ ଏହି ବିଦ୍ୟାଳୟ ର ପରୀକ୍ଷା ପରିଚାଳନା, ଓ ରେଡ କ୍ରସ ବିଭାଗ ରେ ଦକ୍ଷତା ର ସହ କାମ କରିଛନ୍ତି | ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ | ଦୀର୍ଘ ବର୍ଷ ଅଧ୍ୟାପନା କରି ଆଜି ଅବସର ନେଉଥିବା ରୁ ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଓ ଛାତ୍ରୀ ଶ୍ରୀ ପ୍ରଧାନ ଙ୍କୁ ସ୍ମୃତି ଚାରଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ