ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଲେଖା ଛିଣ୍ଡି ଗଲାଣି, ଲୋକେ ଛିଣ୍ଡାଇ ଦେଲେଣି , ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ. ଓଡ଼ିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ। ଆଉ ବିଜେଡ଼ିର ଏକଛତ୍ରବାଦ ରାଜନିତୀ ଚାଲିବନି। ଏପରି କଡ଼ା ଭାଷାରେ ମନ୍ତ୍ରବ୍ୟ ଦେଇଛନ୍ତି ବିଜେପିର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ। ମାରାଥନ୍ ପ୍ରଚାର ବେଳେ ଗଜପତି ଜିଲ୍ଲାରେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି. ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଓ ଗଜପତି ମୋହନା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲିକ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଛକରୁ ୧୦୦ରୁ ଉର୍ଦ୍ଧ୍ଵ ବାଇକ୍ ଶୋଭାଯାତ୍ରା ଓ କର୍ମୀଙ୍କ ସହ ମିଳିତ ରୋଡ଼ ସୋରେ ବାହାରି ମୋହନା, ଅଡ଼ବା, ଚାନ୍ଦିପୁଟ , ଚନ୍ଦ୍ରଗିରି, ରାମଗିରି, ରା. ଉଦୟଗିରି, ରାୟଗଡ଼ ନୂଆଁଗଡ଼ ଆଦି ୪ଟି ବ୍ଲକ୍ରେ ରୋଡ଼ ସୋ କରି ନବୀନ ସରକାର ଓ ପାଣ୍ଡିୟାନକୁ କଟୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ନାରା ନେଇ ବିପୁଳ ସଂଖ୍ୟାରେ ପଦ୍ମଫୁଲରେ ବଟନ୍ ଦବାଇବା ପାଇଁ ସାଧାରଣଙ୍କୁ ନିବେଦନ କରିଥିଲେ. ଶ୍ରୀ ପାଣିଗ୍ରାହୀଙ୍କ ଏହି ପ୍ରଚାର ବେଳେ ପ୍ରାୟ ସମସ୍ତ ଅଞ୍ଚଳର ଜନ ସାଧାରଣଙ୍କ ଠାରେ ପ୍ରବଳ ଉତ୍ସହ ପରିଲକ୍ଷିତ ହୋଇଥିଲା. ଲୋକେ ସ୍ରୋତ ପ୍ରବୁତ୍ତ ଭାବେ ଶ୍ରୀ ପାଣିଗ୍ରାହୀଙ୍କୁ ପାଛୋଟି ନେଉଥିବା ଲକ୍ଷ୍ୟ କରାଯାଇଥିଲା. ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବର୍ତ୍ତମାନ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ