ଦେବଦୂତ ସାଜି ଦୁର୍ଘଟଣାରୁ ୩ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଲେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଆମୋଦ କୁମାର ବର୍ଦ୍ଧନ ମାନବିକତାର ପରିଚୟ ଦେଇଛନ୍ତି.। ନିର୍ବାଚନ ପ୍ରଚାର ପାଇଁ ସେ ଯାଉଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇ ପଡିଥିବାର ଦେଖିଥିଲେ. ନିଜ ପ୍ରଚାର ଗାଡିକୁ ଅଟକାଇ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ସେମାନଙ୍କୁ ଥଣ୍ଡା ପାଣି ପ୍ରଦାନ କରି ଆଶ୍ୱାସନା ଦେବା ପରେ ଆମ୍ବୁଲାନ୍ସ ଡକାଇ ୩ ଜଣ ଯୁବକଙ୍କୁ ଡାକ୍ତରଖାନରେ ଭର୍ତ୍ତି କରିଥିଲେ. ଏହି ଘଟଣାଟି ଆଜି ଘଟିଛି. ଶ୍ରୀ ବର୍ଦ୍ଧନ ଗୁମ୍ମା ବ୍ଲକ ଅଞ୍ଚଳକୁ ପ୍ରଚାରକୁ ଯାଉଥିବା ସମୟରେ ଦୁର୍ଗମ ତରଙ୍ଗଡା ପଞ୍ଚାୟତର ପାର୍ସମ୍ବା ଠାରେ ତିନିଜଣ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ. ସେହି ରାସ୍ତା ଦେଇ ନିଜ ପ୍ରଚାରକୁ ଯାଉଥିବା ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଆମୋଦ କୁମାର ବର୍ଦ୍ଧନ ନିଜ କାର ଅଟକାଇ ଦୁର୍ଘଟଣା ଗ୍ରସ୍ତ ତିନି ଯୁବକଙ୍କୁ ଉଦ୍ଧାର କରି ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଦ୍ଵାରା ପଠାଇବା ବ୍ୟବସ୍ଥା କରି ନିଜ ମାନବିକତାର ପରିଚୟ ଦେଇଛନ୍ତି । ଏନେଇ ସମ୍ପୃକ୍ତ ଅଞ୍ଚଳବାସୀ ଶ୍ରୀ ବର୍ଦ୍ଧନଙ୍କୁ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ