ପୁରୀ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ଶତ୍ରୁଜିତ

ନିମାପଡ଼ା,( ସନ୍ତୋଷ ଦାଶ) ବିଜେଡି ଦଳର ଜଣେ ଦକ୍ଷ ଯୁବ ନେତା ଭାବେ ସଂଗଠନର ବିଭିନ୍ନ ଦାୟୀତ୍ୱ ରେ ରହି ଶୃଙ୍ଖଳିତ ଭାବେ ସଫଳତାର ସହିତ କାର୍ଯ୍ୟ କରି ବିଭିନ୍ନ ନିର୍ବାଚନ ରେ ପଞ୍ଚାୟତ ଠାରୁ ଏନଏସି ପର୍ଯ୍ୟନ୍ତ ନିଜ ଯୁବସାଥୀ ଙ୍କୁ ନେଇ ସୂଚାରୁ ରୁପେ ସଂଗଠିତ ଭାବେ କାର୍ଯ୍ୟକରି ବିଜେଡି ଦଳ ମଧ୍ୟରେ ଖୁବ ପ୍ରସଂଶା ଭାଜନ ହୋଇ ପାରିଥିବା କୋଣାର୍କ ର ଖୁବ ପରିଚିତ ଶତ୍ରୁଜିତ ନାୟକ (ଜିଟୁଆ) ଙ୍କୁ ରାଜ୍ୟ ଯୁବ ବିଜେଡି ସଭାପତି ଡକ୍ଟର ବ୍ୟୋମକେଶ ରାୟ ପୁରୀ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ବିଜେଡି ଦଳ ତାଙ୍କ ଉପରେ ବିଶ୍ୱାସ କରି ଜିଲ୍ଲାର ଦାୟୀତ୍ୱ ଦେଇଥିବାରୁ ଆଗାମୀ ନିର୍ବାଚନ ରେ ପୁରୀ ଜିଲ୍ଲାର ବିଜେଡି ପ୍ରାର୍ଥୀ ଙ୍କୁ ଶତପ୍ରତିଶତ ବିଜୟ ପାଇଁ ସେ ତୃଣମୂଳ ସ୍ତରରୁ ଯୁବ ସଂଗଠନ କୁ ପାଥୟ କରି କାର୍ଯ୍ୟକରିବେ ବୋଲି ପ୍ରକାଶ କରିଛନ୍ତି।କୋଣାର୍କ ନଗର ବିଜେଡି ପକ୍ଷରୁ ନୂତନ ଭାବେ ଦାଇତ୍ୱ ପାଇଥିବା ପୁରୀ ଜିଲ୍ଲା ଯୁବବିଜେଡି ସାଧାରଣ ସମ୍ପାଦକ ଶ୍ରୀ ନାୟକ ଙ୍କୁ ବିଜେଡି କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବାରୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟନାୟକ ଙ୍କ ସମେତ ୫ଟି ର ଅଧକ୍ଷ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ ଙ୍କୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ