ଲୋକଙ୍କ ଗହଣ ଯାଇ କଥା ହେଲେ ଭିକେ ପାଣ୍ଡିଆନ

ଭଞ୍ଜନଗର,(ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଜି ଭିକେ ପାଣ୍ଡିଆନ ପହଂଚି ଜେଲ ପଡିଆ ଠାରେ ଆୟୋଜନ କରାଯାଇଥିବା ସାଧାରଣ ସଭାରେ ଯୋଗ ଦେଇଥିଲେ।ଲୋକଙ୍କ ଗହଣକୁ ଯାଇ ସେମାନଙ୍କ ସହ କଥା ହୋଇ ହାତ ମିଶାଇ ବା ସହ ସେଲ୍ଫି ମଧ୍ୟ ନେଇଥିଲେ l ତାପରେ ସଭା ମଞ୍ଚକୁ ଆସି ଚଳିତ ନିର୍ବାଚନରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପାର୍ଥି ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପାର୍ଥି ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ପରିମାଣରେ ଜୟଯୁକ୍ତ କରାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ l ଏହା ସହିତ ନିଜେ ବିକାଶର ହିସାବ ଦେଇ ବିରୋଧୀଙ୍କୁ ତାଙ୍କ ହିସାବ ମାଗିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଥିଲେ l ବିକ୍ରମ କେଶରୀ ଆରୁଖ ଓ ଅଚ୍ୟୁତାନନ୍ଦ ସାମନ୍ତ ଆସନ୍ତା କୋଡିଏ ତାରିଖ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ବିପୁଳ ପରିମାଣ ର ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦଶହଜାରରୁ ଉର୍ଦ୍ଧ ଲୋକ ସମାଗମ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ