ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ ଆୟୋଜିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :”ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ ପୃଥିବୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ହେଉଛି ଏକ ଗୋଷ୍ଠୀ-ପରିଚାଳିତ ପଦକ୍ଷେପ । ଯେଉଁ ଲକ୍ଷ ସହିତ ବିଦ୍ୟାଳୟ ଆନ୍ତରିକତାର ସହ ନିଜକୁ ପ୍ରତିବଦ୍ଧିତ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ସବୁ ବର୍ଗର ବ୍ୟକ୍ତିଙ୍କ ଉପରେ ଗଭୀର ପ୍ରଭାବ ପକାଇବା । ୟୁନିଟ୍ -୧ କ୍ୟାମ୍ପସରୁ ଆରମ୍ଭ ହେବାକୁ ଥିବା ୩ କିଲୋମିଟରର ଏହି ୱାକାଥନରେ ମଦର୍ସ ପବ୍ଲିକ ସ୍କୁଲର କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ୱାକାଥନକୁ ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା ପତାକା ଦେଖାଇ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଜଳ ସଂରକ୍ଷଣର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦ରୁ ଅଧିକ ପଦଯାତ୍ରୀ ୱାକାଥନରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ସମ୍ପର୍କରେ ଅଧ୍ୟକ୍ଷା ତଥା ପ୍ରିନ୍ସପାଲ ପୋଲି ପଟ୍ଟନାୟକ କହିଛନ୍ତିଯେ, ‘ଶିକ୍ଷା ହେଉଛି ଏକ ମାନବ କେନ୍ଦ୍ରୀତ ବୃତି ଏବଂ ଶିକ୍ଷକମାନେ ହେଉଛନ୍ତି ଆମର ସବୁଠାରୁ ବଡ଼ ସମ୍ପତି ।’ ଶିକ୍ଷାବିତମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଏକାଧିକ ଦିଗ ଅଛି ଯଥା ଶାରୀରିକ, ଭାବନାତ୍ମକ, ମାନସିକ, ଆର୍ôଥକ ଏବଂ ସାମାଜିକ । ଆହ୍ୱାନଗୁଡ଼ିର ମୁକାବିଲା କରିବା ଏବଂ ଏକ ସକାରାତ୍ମକ ମାନସିକତା ରଖିବା ପାଇଁ ଶିକ୍ଷାବିତମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରତିଷ୍ଠାକୁ ମଦର୍ସ ପବ୍ଲିକ ସ୍କୁଲ ଏକ ପ୍ରମୁଖ ଦାୟୀତ୍ୱ ଭାବେ ପ୍ରାଥମିକତା ଦେଇଥାଏ । ପରିଚାଳନା ନିର୍ଦେଶିକା ମିନତୀ ସାବତ କହିଛନ୍ତି ଯେ, ଆମ ପୃଥିବୀ ପାଖରେ ସମୟ ସରି ସରି ଯାଉଛି! ଜଳବାୟୁ ପରିବର୍ତନକୁ ଆଉ ଅଣଦେଖା କରାଯାଇପାରିବ ନାହିଁ କିମ୍ବା ସ୍ଥଗିତ ରଖାଯାଇପାରିବ ନାହିଁ । ଏହା ଆଜି ଏକ ବାସ୍ତବତା ପାଲଟିଛି! ଆମ ମଧ୍ୟରୁ ପ୍ରତ୍ୟେକ ନିଜର ଅଙ୍ଗାରକାମ୍ଳ ପରିମାଣକୁ ହ୍ରାସ କରିବା ପାଇଁ ଦାୟୀ । କୁହନ୍ତୁ ଏବଂ ଅନ୍ୟମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବାରେ ସାମିଲ କରନ୍ତୁ । ପରିବର୍ତନ ଆଣିବା ପାଇଁ ଏହା ହେଉଛି ସବୁଠାରୁ ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ । ସମ୍ମାନିତ ଅଧ୍ୟକ୍ଷା ତଥା ପ୍ରିନ୍ସପାଲ ପୋଲି ପଟ୍ଟନାୟକ, ନିର୍ଦେଶକ ଶ୍ରୀଜିତ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମିନତି ସାବତ, ଉପାଧ୍ୟକ୍ଷା ଆଶା ଟିଆରଙ୍କ ତତ୍ୱାବଧାନରେ ମଦର୍ସ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ୍ସ ଏହାର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ସାମାଜିକ ସେବାକୁ ପ୍ରାଥମିକତା ଦେବା ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି । ମଦର୍ସ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ ଏକ କାର୍ଯ୍ୟକ୍ଷମ ସଂସ୍ଥା ଭାବରେ କାର୍ଯ୍ୟ କରିଥାଏ ଯାହା ଅବହେଳିତ ସମୁଦାୟଗୁଡ଼ିକୁ ସହାୟତା, ସଚେତନତା ଏବଂ ମାର୍ଗଦର୍ଶନ ପ୍ରଦାନ କରି ସାମାଜିକ କଲ୍ୟାଣ ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉକ୍ତ ଲକ୍ଷ୍ୟଗୁଡ଼ିକ ପୂରଣ ଯାହାକି ସ୍ୱାସ୍ଥ୍ୟ ଓ କଲ୍ୟାଣ, ଖାଦ୍ୟ ଓ କ୍ଷୁଧା, ଗୁଣାତ୍ମକ ଶିକ୍ଷା ଏବଂ ଜନସଚେତନତା ଭଳି ବିଶ୍ୱସ୍ତରୀୟ ସ୍ଥାୟୀ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ