ଜଙ୍ଗଲରେ ନିଆଁ ସହରାଭିମୁଖୀ ହାତୀପଲ

ଭଞ୍ଜନଗର,(ସନ୍ତୋଷ ଜେନା):ପ୍ରଚଣ୍ଡ ଖରା ସହିତ ଜଙ୍ଗଲରେ ନିଆଁ ଲାଗିଥିବାରୁ ବନ୍ୟପ୍ରାଣୀଙ୍କ ଜୀବନ ଆଉଟୁ ପାଉଟୁ ହେବାରେ ଲାଗିଛି ।ଜଙ୍ଗଲରେ ନରହି ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେବାର ଦେଖିବାକୁ ମିଳୁଛି | ଗଞ୍ଜାମ ଜିଲାର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ନିକଟ ଫୁଲତୋଟା ଜଙ୍ଗଲରେ ୨୨ଟିକିଆ ହାତୀପଲ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ହାତୀପଲ ମଧ୍ୟରେ ଛୁଆ ଓ ଦନ୍ତାହାତୀ ମଧ୍ୟ ରହିଛନ୍ତି। ମୂଜାଗଡ ବନାଞ୍ଚଳ ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ଦଶ ଦିନ ହେଲା ହାତୀପଲ ଘୁରି ବୁଲୁଛନ୍ତି। ପ୍ରତିଦିନ ଅପରାହ୍ନରେ ଭଂଜନଗର ଫୁଲବାଣୀ ମୁଖ୍ୟ ରାସ୍ତାରେ ହାତୀପଲ ପାର ହେଉଥିବା ଦେଖିବାକୁ ମିଳୁଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ