ପାଟପୁର ପୋଲିସ ପକ୍ଷରୁ ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପୋଲିସ ପକ୍ଷରୁ ଶନିବାର ସକାଳୁ ପୋଡାମାରୀ ଚ୍ଯାକ୍ ଗେଟ୍ ନିକଟରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ପାଖାପାଖି ୨୨ କେଜି ଗଞ୍ଜେଇ ଓ ଏକ ସ୍କୁଟି ଜବତ କରିଥିବା ଜଣାପଡ଼ିଛି । ଏଥିସହ ପୋଲିସ ଗଜପତି ଜିଲ୍ଲା ମୋହନା ଗ୍ରାମର ନବୀନ କୁମାର ନାୟକ(୨୮) କୁ ଗିରଫ କରି କୋର୍ଟଚାଲାଣ କରିଛି । ଖବରନୁଯାୟୀ, ପୋଲିସ କର୍ମଚାରୀ ମାନେ ତପ୍ତପାଣି ରାସ୍ତାର ପୋଡାମାରୀ ଗେଟ୍ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଜଣକ ଗଜପତିରୁ ଏକ ସ୍କୁଟି ( ଓଡି ୨୦ସି ୬୨୨୫) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ । ଅପରାହ୍ନରେ ସାନଖେମୁଣ୍ଡି ତହସିଲ ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ପରେ ସେଥିରେ ୨୧ କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଏନେଇ ପାଟପୁର ଥାନା ମାମଲା ନଂ ୨୯୪/୨୪ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ