ଗଞ୍ଜାମ ରେ ବିଜେପିର ମିଶ୍ରଣ ପର୍ବ

ଗଞ୍ଜାମ, (ବିନୋଦ ପଲାଇ):ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା ବିଜେପିରେ ମିଶିବା ପରେ ତାଙ୍କୁ ସମର୍ଥନ କରି ପ୍ରତିଦିନ ଗୋଟିଏ ପରେ ଗୋଟିଏ ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆ ନେତା ମାନେ ଦଳରେ ସାମିଲ ହେଉଥିବା ଦେଖା ଦେଇଛି l ପୂର୍ବରୁ ସାମିଲ ହୋଇଥିବା ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀଙ୍କ ସ୍ୱାମୀ ଅବସର ପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ ବିନୋଦ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଗଞ୍ଜାମ ସହର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା , ବିଜେପି ବିଧାୟକ ପାର୍ଥି କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଗଞ୍ଜାମ ବ୍ଲକର ପୂର୍ବତନ ଅଧକ୍ଷା ତଥା ବର୍ତ୍ତମାନର ରାମଗଡ ପଂଚାୟତର ସମିତିସଭ୍ୟ ଗୀତାଞ୍ଜଳି ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥ ସାହୁ, ରାମଗଡ ନାୟବ ସରପଞ୍ଚ ଲିଲି ପଲେଇ,,ୱାର୍ଡସଭ୍ୟ ଅଜୟ ପ୍ରଧାନ,ଯୁବନେତା ବେଣୁପାଣି ସ୍ୱାଇଁ,ସନ୍ତୋଷପୁର ପଂଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ୍ଡୀ, ଯୁବ ନେତା ସାଗର ସାହୁ, ରାଜପୁର ପଂଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ସେଠି, ପୂର୍ବତନ ସମିତି ସଭ୍ୟ ଗନ୍ଧିଗୌଡ଼, ଯୁବନେତା ସନ୍ତୋଷ ଗୌଡ଼, ନୀଳକଣ୍ଠ ଗୌଡ଼, ସୁରେନ୍ଦ୍ର ଗୌଡ଼, ହୁମ୍ମା ର ପୂର୍ବତନ ସରପଞ୍ଚ ଉମା ସାହୁ, ପାଳିବନ୍ଧ ପଂଚାୟତର ବୁଦ୍ଧିମନ୍ତ ବେହେରା, ସୁବାସ ବେହେରା, ଭିକାରି ବେହେରା, ଭୁଆଁଭୁଁଇ ର ଗନ୍ତେଇ ବେହେରା, କମ୍ଭୁ ଗୌଡ଼ ପ୍ରମୁଖଙ୍କ ସମେତ ଶତାଧିକ ଛାମୁଆ ନେତା,କର୍ମୀ ସାମିଲ ହୋଇଥିଲେ l ଏହି ମିଶ୍ରଣ ପର୍ବ ସମୟରେ ଗଞ୍ଜାମ ମଣ୍ଡଳ ସଭାପତି କାନ୍ତାରି ଦଳେଇ, ଜିଲ୍ଲା ସଭାପତି ସୁବାସ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, ପୂର୍ବତନ କାଉନସିଲ ରଞ୍ଜନ କୁମାର ବେହେରା, ରାମଗଡ଼ ସରପଞ୍ଚ ପ୍ରତିନିଧି ବିକ୍ରମ ଦାସ,ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ, ଯୁବନେତା ରଞ୍ଜନ ପଲେଇ,କାଉନସିଲ ମୋହନ ରେଡି, ସ୍ୱାଗତ ନାୟକ, ଯୁବନେତା ଭଗବାନ ପ୍ରଧାନ,ଆଇନଜୀବୀ ବ୍ରଜଆଚାର୍ଜ୍ୟ, ଯୁବନେତା ନିରଞ୍ଜନ ତରେଇ , ପ୍ରକାଶ ରାଉଳ, ଗଣେଶ ମହାରଣା,ବାବୁଲିରାଉଳ, ପୂର୍ବତନକାଉନସିଲଧନୁବେହେରା,ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ