ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବ୍ରହ୍ମପୁର,(ଅନିଲ କୁମାର):କଲେଜ ଖେଳପଡିଆ ଠାରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଗଠନ ତରଫରୁ ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ ଅଲମ୍ପିଆଡ କେ.ରବି କୁମାର ମୁଖ୍ୟ ଅତିଥି କ୍ରୀଡାବିତ୍ ନିତେନ୍ ଭୂୟାଁ, ଜିତୁ ସାବତ ଓ ସମାଜସେବୀ ପ୍ରୀୟଭ୍ରତ ପାଣିଗ୍ରାହିଙ୍କ ସହ ଜିଲ୍ଲା ହ୍ୟାଣ୍ଡବଲ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଢି ଓ ସାଂଗଠାନିକ ସମ୍ପାଦକ ଶକ୍ତିଧର ରାଜଗୁରୁ ଉପସ୍ଥିତ ରହି ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୨୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି କେ ରବି କୁମାର ଛାତ୍ର ସମୟରେ ଏହି ପରି ଏକ ଗ୍ରୀଷ୍ମ କାଳୀନ ଶିବିରରେ ଅଂଶଗ୍ରହଣ କରି ତାଙ୍କର ଖେଳ ଜୀବନ ଆରମ୍ଭ କରିଥିଲେ। କିପରି ବୋହୂ କଷ୍ଟକୁ ସାମ୍ନା କରି ଅଲମ୍ପିଆଡ ହୋଇଥିଲେ ସେ ବିଷୟରେ ପିଲାମାନଙ୍କୁ ଉଦବୋଧନ କରିଥିଲେ । ଏହି ସିବିରଟି ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ସହ ବୋହୂ ବରିଷ୍ଠ ଖେଳାଳି ଏହି ଖେଳାଳି ମାନଙ୍କୁ ହ୍ୟାଣ୍ଡବଲ ଖେଳରେ ବିଭିନ୍ନ କୌଶଳ ପ୍ରଦାନ କରିବେ ବୋଲି ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଢି ଜଣାଇଛନ୍ତି । ପୂର୍ବତନ କ୍ରୀଡାବିତ୍ ବିରଳା ମାଝୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉଚ୍ଚାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ