ପୋଲକୁ ପିଟିହେଲା କାର ଚାଳକ ମୃତ

ଛତ୍ରପୁର , (ଯୁଗାବ୍ଦ: ନ୍ୟୁଜ): ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ଗେଟ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପୋଲକୁ ପିଟି ହେଲା କାର l ଫଳରେ କାର ଚାଳକ ଙ୍କ ମୃତ୍ୟୁ ଘଟିଛି l ମୃତ ଚାଳକ ଜଣକ ହେଲେ ରଘୁନାଥପୁର ଗ୍ରାମର ଜି. ନାଗେଶ୍ୱର ରେଡ୍ଡୀ (୪୩) l ମିଳିଥିବା ସୂଚନା ମୁତାବକ ନାଗେଶ୍ୱର ସୋମବାର ପୂର୍ବାହ୍ନରେ ଓଡ଼ି୦୭ କ୍ୟୁ ୧୦୦୨ ନମ୍ବର ବିଶିଷ୍ଟ ଏକ କାର ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ କାର ଟି ଏକ ପୋଲ କୁ ପିଟି ହୋଇଥିଲା l ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ଘଟଣାର ଖବର ପାଇ ଚମାଖଣ୍ଡି ଥାନା ଏସଆଇ ଅଭିଜିତ ସାମଲ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ଶବ ବ୍ୟବଛେଦ ଲାଗି ପଠାଇଥିଲେ l ଅନ୍ୟପଟେ ଚମାଖଣ୍ଡି ଥାନାରେ ୧୮୨/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ