ସୁବାସ ଓ ଭୃଗୁଙ୍କ ପାଇଁ ପ୍ରଚାର କଲେ ଓଲିଉଡ ସୁପରଷ୍ଟାର ବାବୁସାନ୍ ଓ ଏଲିନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ): ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ସୋମବାର ଛତ୍ରପୁର ବ୍ଲକ୍ ଚିକଲଖଣ୍ଡିଓ ଅଗସ୍ତିନୂଆଗାଁ ପଞ୍ଚାୟତରେ ଦମ୍‌ଦାର ପ୍ରଚାର କରିଛନ୍ତି । ବିଭିନ୍ନ ଘରକୁ ଘର ବୁଲି ଜନସାଧାରଣହ୍‌କୁ ଭୋଟ୍ ଭିକ୍ଷା କରିବା ସହ ଯୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ଦୁଇଟି ପଞ୍ଚାୟତରେ ବିଧାୟକଙ୍କୁ ବିପୁଳ ସମର୍ଥନ ଜଣାଇବା ସହିତ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ ଜଣାଇଥିଲେ । ସେହିପରି ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ଓ ଏଲିନା ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ସୁବାସଙ୍କ ପାଇଁ ଶଙ୍ଖ ଚିହ୍ନଟରେ ଭୋଟ ଦେବାକୁ ନିମନ୍ତେ ଲୋକଙ୍କୁ ଅନୁରୋଧ କରିଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଭିଏଁ ସଙ୍କଳ୍ପ ନେବାକୁ ଆହ୍ୱାନ୍ ଦେଇଥିଲେ । ଏହାସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରଖିବାକୁ ସହଯୋଗ କାମନା କରିଥିଲେ । ୨୦ନଂ ଜିଲ୍ଲା ପରିଷଦ ସଭ୍ୟ ଏମ୍‌.ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ଶ୍ରୀରାମ ଚନ୍ଦ୍ରପୁର ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ, ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି.ପାପା ରାଓ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ,ପୂର୍ବତନ ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଏସ୍‌.କାନ୍ତେୟା ରେଡ୍ଡୀ, ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଏସ୍‌.ପଦ୍ମନାଭ ରେଡ୍ଡୀ, ଜଗନ୍ନାଥ ସାହୁ,ଶିବ ବେହେରା, ଅକ୍ଷୟ ସ୍ୱାଇଁ, ନିବାସୀ ଗୌଡ, ଯୁବ ବିଜେଡି ଛତ୍ରପୁର ନିର୍ବାଚନମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳବିହାରୀ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ