ଗଜପତିର କାଶୀନଗର ଅଞ୍ଚଳରେ ଅଗ୍ନିବର୍ଷା ରାସ୍ତାଘାଟ ଶୂନଶାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା 41 ଡିଗ୍ରୀରୁ ଉର୍ଦ୍ଧରେ ରହୁଛି. ସକାଳ 9 ଘଣ୍ଟା ପର ଠାରୁ ଖରାର ପ୍ରକୋପ ବଢିବା ସାଙ୍ଗକୁ ଅଗ୍ନିବର୍ଷା ହେଉଛି. ତେଣୁ କାଶୀନଗରବାସୀ ଏହି ଉତ୍ତାପକୁ ସମ୍ଭାଳି ନ ପାରି ଅସ୍ତବ୍ୟସ୍ତ ହେଉଛନ୍ତି. ସକାଳ 10 ଘଣ୍ଟା ପରେ ରୌଦ୍ରତାପ ବଢିବା ଯୋଗୁଁ କାଶୀନଗର ରାସ୍ତା ଶୂନଶାନ ହେଇଯାଉଛି. କାଶୀନଗର ଏନଏସି ତରଫରୁ ଏନଏସି ମଧ୍ୟରେ ଦଶଟି ଜାଗାରେ ଜଳ ଛତ୍ର ଖୋଲାଯାଇଛି. କାଶୀନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ଏନଏସି ମଧ୍ୟରେ ଥିବା ଜଳ ଛତ୍ର ମାନ ବୁଲି ପରଖି ଯେଉଁ ମାନେ ଏହି ଜଳ ଛତ୍ର କାର୍ଯ୍ୟ କରୁଛନ୍ତି ସେମାନଂକୁ ଡ଼ାକି ଏକ ବୈଠକ କରି ପ୍ରତ୍ୟେକ ରବିବାର ଦିନ ଲେମ୍ବୁ ସର୍ବତ କିମ୍ୱା ଦହି ଚଲା ବିତରଣ କରିବାକୁ ନିର୍ଦେଶ ଦେଇ ଜଳ ଛତ୍ର ଜାଗା ଯେପରି ସ୍ୱଚ୍ଛ ରହିବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ. ନିର୍ବାଚନ ପାଖେଇ ଆସୁଥିବା ରୁ ନିର୍ବାହୀ ଅଧିକାରୀ କାଶୀନଗର ଏନ ଏ ସି ବୁଲି ମାଛ ବଜାର ଓ ମାଂସ ବଜାର ରେ ବିକ୍ରି କରୁଥିବା ବିକ୍ରେତା ମାନଂକୁ ଆବର୍ଜନା ଗୁଡିକ ରାସ୍ତା ପାର୍ଶ୍ଵରେ ନ ପକାଇ ନିର୍ଦ୍ଧିଷ୍ଟ ଡବାରେ ରଖି ଏନ ଏ ସି ଆବର୍ଜନା ଗାଡି ରେ ଦେବାକୁ ନିର୍ଦେଶ ଦେବା ସହ ଘର କାମ କରିବା ପାଇଁ ରାସ୍ତା ଉପରେ ଗୋଡି ଓ ବାଲି ପକାଇ ରାସ୍ତା ଅବରୋଧ କରୁଥିବା ଘର ମଲିକ ମାନଂକୁ ସେସବୁ ତୁରନ୍ତ ଅନ୍ୟତ୍ର ସ୍ଥନାନ୍ତର କରି ରାସ୍ତା ସଫା କରିବା ପାଇଁ ତାଗିଦ କରିଥିଲେ ଯଦି ନ କରନ୍ତି ତେବେ ଏନ ଏ ସି ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ. ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ କୌଣସି ଦଳ ଏହି ପ୍ରଚଣ୍ଡ ଖରାକୁ ଡରି ପ୍ରଚାର କରୁ ନ ଥିବା ଗୋଚରକୁ ଆସିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ