କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସର ନୂତନ ଅଧ୍ୟକ୍ଷ ନିଯୁକ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଲୋକନାଥ ମହାରଥୀଙ୍କ ସୁପାରିଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ଭାବେ ସଞ୍ଜୀବ ରାଉତଙ୍କୁ ମନୋନିତ କରିଛନ୍ତି । ଛାତ୍ର ରାଜନୀତିରୁ ଆରମ୍ଭ କରି ଏକାଧାରରେ ଜଣେ ସମାଜସେବୀ, ସମବାୟବିତ୍ ଓ ଶ୍ରମିକ ନେତା ଭାବେ ଜଣାଶୁଣା ସଞ୍ଜୀବ ମହାକାଳପଡା ବ୍ଲକର ବଡକୂଳ ଗ୍ରାମର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ଜନ୍ମିତ । ପିଲାଦିନୁ ବାପା ସ୍ୱର୍ଗତ ଶ୍ରୀନାଥ ରାଉତ ଓ ବଡବାପା ଅବିଭକ୍ତ ରାଜନଗର ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଜଣାଶୁଣା ରାଜନେତା ସ୍ୱର୍ଗତ ଧ୍ରୁବଚରଣ ରାଉତଙ୍କ ପ୍ରେରଣାରେ କଂଗ୍ରେସ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୯୧ ମସିହାରେ ପ୍ରଥମେ ମହାକାଳପଡାସ୍ଥିତ ବାୟାବାବା ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଓ ପରେ ବଡକୂଳ ସମବାୟ ସମିତିର ସଭାପତି ଏବଂ ବର୍ତ୍ତମାନ ଷ୍ଟାଟସ୍ ଇଣ୍ଡିଆ ଶ୍ରମିକ ସଂଗଠନର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ଏହି ନୂତନ ନିଯୁକ୍ତିକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରାପଡାର ବିଭିନ୍ନ ଚାଷୀ ସମସ୍ୟା ସମାଧାନ କରିବା ସହିତ ଜମ୍ବୁ, ଗଣ୍ଡାକିଆ, ପଟ୍ଟାମୁଣ୍ଡାଇ କେନାଲ ଏବଂ ଅଶ୍ରୁଖୋଳା ଯୋର ସମେତ ଅନ୍ୟାନ୍ୟ ପାଟନାଳୀଗୁଡିକର ପୁନରୁଦ୍ଧାର, ଧାନର ସହାୟକ ମୂଲ୍ୟ ବୃଦ୍ଧି, ଜଳସେଚନର ସୁବିଧା, ସରକାରୀ ଯୋଜନାରେ କୃଷକମାନଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଥିବା ସଞ୍ଜୀବ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ନୂତନ ନିଯୁକ୍ତି ପାଇଁ ସେ ପିସିସି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ କିଷାନ କଂଗ୍ରେସ ସେଲ୍‌ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ପରେ ସଞ୍ଜୀବଙ୍କୁ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ସେଠୀ, ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ମହମ୍ମଦ ଆକବର ଅଲ୍ଲୀ, ଜିତେନ୍ଦ୍ର ଚୌଧୁରୀ, ବଳରାମ ସ୍ୱାଇଁ, କବିନ୍ଦ୍ର ସାମଲ, ଜିତେନ୍ଦ୍ର ରାଉତ, ସତ୍ୟପ୍ରିୟ ପରିଡା, ବଳରାମ ସ୍ୱାଇଁ, ସୁରେଶ ଚନ୍ଦ୍ର ପ୍ରଧାନ, ହିରଣ୍ୟ କୁମାର ମିଶ୍ର, ଜ୍ୟୋତିରଞ୍ଜନ ପରିଡା, ମାନସ ସାମଲ, ଦୟାନିଧି ଜେନା, ଅନନ୍ତ ଚରଣ ପାତ୍ର, ଅଶୋକ ଜେନା, ରାଜକିଶୋର ମିଶ୍ର, ଉମେଶ ଚନ୍ଦ୍ର ତ୍ରିପାଠୀ, କୈଳାସ କର, ଜୟଦେବ ପରିଡା, ସୁଖଦାନନ୍ଦ ପ୍ରଧାନ, ସର୍ବେଶ୍ୱର ସେଠୀ, କାଳନ୍ଦୀ ରାଉତ ଓ ଦାମୋଦର ବିଶ୍ୱାଳ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ