କୁତୁରଙ୍ଗ ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ନୃସିଂହ ଭଦ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ନୃସିଂହ ଚରଣ ଭଦ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସମାଜସେବୀ ଅଭିମନ୍ୟୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ଶିକ୍ଷକ ରଘୁନାଥ ରାଉତ ମୁଖ୍ୟବକ୍ତା, ପୂର୍ବତନ ପ୍ରଧାନ ଶିକ୍ଷକ ଗୈାରାଙ୍ଗ ଚରଣ ସାହୁ, ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା, ବାଲିଆ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପରମାନନ୍ଦ ଥାଟୋଇ, ମୋ ସ୍କୁଲ ଅଭିଯାନର ସଭାପତି ଜୟରାମ ସ୍ୱାଇଁ ଓ ରାଜନ ଥାଟୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶବୀତ ଶ୍ରୀ ଭଦ୍ରଙ୍କ ଗୁଣାବଳୀ ଆଲୋଚନା କରିବା ସହିତ ତାଙ୍କ ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶିକ୍ଷକ ଶ୍ରୀ ଭଦ୍ର ଶିକ୍ଷାଦାନକୁ କେବଳ ବୃତ୍ତି ନୁହେଁ ପ୍ରବୃତ୍ତି ଭାବରେ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସ୍ନେହ ଓ ଆଦର ସହିତ ସେମାନଙ୍କ ଯତ୍ନ ନେଉଥିଲେ ବୋଲି ଅତିଥିମାନେ କହିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ସୁନାମ ଅର୍ଜ୍ଜନ କରିବା ସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହୋଇଥିଲେ । ଏହି ଅବସରରେ ଶିକ୍ଷକ ଶ୍ରୀ ଭଦ୍ରଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିମ୍ବାଧର ବେହେରା, ରାମଚନ୍ଦ୍ର ଦାସ, ପ୍ରସନ୍ନଜିତ ପଣ୍ଡା, ସୁରେନ୍ଦ୍ର ବେହେରା, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ