ସିୟୁଟିଏମରେ ଅଣ୍ଡର ଗ୍ରାଜୁଆଟ ନ୍ୟାସନାଲ ଏଲିଜିବିଟି ଏଣ୍ଟାନ୍ସ ପରୀକ୍ଷା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିୟନ୍ ବିଶ୍ବ ବିଦ୍ୟାଳୟ ଠାରେ ଅଣ୍ଡର ଗ୍ରାଜୁଆଟ ନ୍ୟାସନାଲ ଏଲିଜିବିଟି ଏଣ୍ଟାନ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ମୋଟ 299 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଲେ ସେଥି ମଧ୍ୟରୁ 287 ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା କାରଣରୁ ବିଶେଷ କରି ପରୀକ୍ଷାର୍ଥୀ ମାନଙ୍କ ସୁବିଧା ଲାଗି ପିଇବା ପାଣିର ବ୍ୟବସ୍ଥା ସହ ଅନ୍ୟାନ୍ୟ ସ୍ବତନ୍ତ୍ର ସୁବିଧା କରାଯାଇଥିଲା । ସିୟୁଟିଏମ୍ ର ନିର୍ଦ୍ଦେଶକ ପ୍ରଶାସକ ଡ. ଦୁର୍ଗା ପ୍ରସାଦ ପାଢି, ଏମ୍ଏସ୍ଏସ୍ଏସ୍ଏର ଡିନ୍ ଏସ୍.ପି. ନନ୍ଦ ଏବଂ ଦେବରାଜ ଗ୍ରାହାଚାରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ସିୟୁଟିଏମ୍ ର ଅଧ୍ୟକ୍ଷ ପ୍ରଫେସର ଡ. ମୁକ୍ତିକାନ୍ତ ମିଶ୍ର, ସିୟୁଟିଏମ୍ ର ଉପାଧ୍ୟକ୍ଷ ପ୍ରଫେସର ଡିଏନ୍ ରାଓ, ଗଜପତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗର ସହଯୋଗରେ ଏହି ପରୀକ୍ଷା ସୁରୁଖୁରୁରେ ପରିଚାଳିତ ହୋଇଯାଇଛି । ଏହା ସହ ସିୟୁଟିଏମ୍ ର ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ତଥା ନଗର ସଂଯୋଜିକା ସୁନୀତା ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ଭାବେ ଡ. ବିଘ୍ନେଶ୍ବର ମିଶ୍ର, କେନ୍ଦ୍ର ଅଧିକ୍ଷକ ଭାବେ ଡ. ବନିତା ମଣି ମଲ୍ଲିକ, ଡେପୁଟି କେନ୍ଦ୍ର ଅଧିକ୍ଷକ ଭାବେ ଗୌରୀ କୁମାର ସାହୁ ଏବଂ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଦାୟିତ୍ବ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ