ଗଜପତିର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ପୋଷ୍ଟାଲ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ ମୋହନା ବିଧାନସଭା ଆସନରୁ ୧,୧୯୦ ଜଣ ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ୧,୮୩୩ ଜଣ (ମୋଟ ୩,୦୨୩) ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ ଆସନ୍ତା ୮ତାରିଖ ମଧ୍ୟରେ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ଏଥିପାଇଁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ପରିସରରେ ମତଦାନ କେନ୍ଦ୍ର ଖୋଲାଯାଇଛି ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ହିଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ଭୋଟଦାନ ହେବା ଗଜପତି ଜିଲ୍ଲାରେ ମୋଟ ୪,୫୯,୨୨୮ଜଣ ଭୋଟର ରହିଥିବା ବେଳେ ୧୩୬- ସଂରକ୍ଷିତ ମୋହନା ନିର୍ବାଚନ ମଣ୍ଡଳୀ ଅଧୀନରେ ୨,୪୩,୫୨୨ ଜଣ ଏବଂ ୧୩୭-ପାରଳାଖେମୁଣ୍ଡି ଅସଂରକ୍ଷିତ ଆସନରେ ୨,୧୫,୭୦୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ