ବିଭିନ୍ନ ସାହିରେ ପ୍ରଚାର କଲେ ଅନିଲ କୁମାର

ବ୍ରହ୍ମପୁର,(ଅନିଲ କୁମାର):ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ନିଜର ପ୍ରଚାରକୁ ଜୋର୍ ଜାର କରିବା ସହ ନିଜର ସମର୍ଥକ ମାନଙ୍କ ସହ କମାପଲ୍ଲୀ, ଅଶୋକ ନଗର, ଗୋଇଲୁଣ୍ଡି, ଭାବା ନଗର, ଅରବିନ୍ଦ ନଗର ପ୍ରଭୃତି ଅଞ୍ଚଳରେ ପ୍ରଚାର କରି ବ୍ରହ୍ମପୁର ସହରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା, ନୂଆଁ ବସ୍ ଷ୍ଟାଣ୍ଡ, ପ୍ରେମ ନଗର,ଅଶୋକ ନଗର ଅଞ୍ଚଳ ପ୍ରଭୃତି ବର୍ଷା ଦ୍ବାରା ଏକ ବୁଡି ଅଞ୍ଚଳର ଭ୍ରମ ସୃଷ୍ଟି କରୁଛି ,ବ୍ରହ୍ମପୁର ବାସୀଙ୍କ ଆଶ୍ରିବାଦ୍ରେ ମୁଁ ବିଜୟୀ ହେଲେ ସହରରେ ଡ୍ରେନେଜ୍ ବ୍ୟବସ୍ଥା କୁ ସୁଦୃଢ଼ କରିବା ସହ କୃତ୍ରିମ୍ ବନ୍ୟାରୁ ରକ୍ଷା କରିବା ମୋର ଦାୟିତ୍ଵ ବୋଲି ଅନିଲ ବିଭିନ୍ନ ପଥପ୍ରାନ୍ତ ସଭାରେ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମ ରେ ଧର୍ମରାଜ୍ ପାତ୍ର,କାହ୍ନୁ ଚୌଧୁରୀ,ବଦ୍ରି ନାୟକ, ଜଗଦୀଶ ରାଓ, ଅନିଲ କୁମାର ପତି, ଧନଞ୍ଜୟ ରେଡ୍ଡୀ,ଅଶୋକ ଶୁକ୍ଳ, ଟି.ଗୋପୀ, ଶରତ ପଟ୍ଟନାୟକ, ତୁତୁନ୍ ପାତ୍ର ପ୍ରଭୃତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ