କଂଗ୍ରେସ ପ୍ରାର୍ଥୀଙ୍କ ଶୋଭାଯାତ୍ରା
ନିମାପଡ଼ା,(ସନ୍ତୋଷ ଦାଶ)ଆଜି କାକଟପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ବିଶ୍ଵଭୂଷଣ ଦାସ ଓ ଜଗତସିଂହପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀ ନୟାହାଟ ନିକଟସ୍ଥ ଆଳୁଦଣ୍ଡାପାଟଣା ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ନୟାହାଟ, କାକଟପୁର, ଅସ୍ତରଙ୍ଗ ବଜାର ପରିକ୍ରମା କରି ଭୋଟ ଭିକ୍ଷା କରିବା ସହିତ ଶକ୍ତି ପ୍ରଦର୍ଶନ କରିଥିଲେ। ହଜାର ହଜାର କଂଗ୍ରେସ ସମର୍ଥକ କାର, ଟ୍ରାକ୍ଟର, ମୋଟର ସାଇକେଲ ରାଲି କରି ପ୍ରାର୍ଥୀ ଦ୍ବୟଙ୍କୁ ଆଳୁଦଣ୍ଡାପାଟଣା ଠାରୁ ମୁଖ୍ୟ ରାସ୍ତାରେ ଅସ୍ତରଙ୍ଗ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।