ବିଜେଡିରେ ସାମିଲ ହେଲେ ତିନି ଗ୍ରାମର ୭୫ ପରିବାର

ପୋଲସରା, ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଓ ମଥୁରା ଗ୍ରାମର ୪୫ରୁ ଉର୍ଦ୍ଧ୍ବ ପରିବାର ଜାତୀୟ ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ପୋଲସରା ବ୍ଲକର ଚିରିକୀପଡ଼ା ଶାସନ ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଜାତୀୟ ରାଜନୈତିକ ପାର୍ଟିର କର୍ମୀ ମଇ ୫ତାରିଖ ଦିନ ଏବଂ ମଥୁରା ଗ୍ରାମର ୧୫ରୁ ଉର୍ଦ୍ଧ୍ବ କର୍ମୀ ଜାତୀୟ ରାଜନୈତିକ ଦଳ ତ୍ୟାଗ କରି ମଇ ୭ ତାରିଖ ଦିନ ବିଜୁ ଜନତା ଦଳରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ସେହିପରି ମଇ ୪ତାରିଖ ଦିନ ବୁଗୁଡା ବ୍ଳକ ଅନ୍ତର୍ଗତ ମାଣିତରା ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଯୁବକ ଜାତୀୟ ଦଳ ତ୍ୟାଗ କରି ପୋଲସରା ବିଧାୟକ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ବିଧାୟକ ସାହୁ ବିଜେଡି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ