ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ପ୍ରତି ପ୍ରାଥମିକତା ଦେବି : କେ.ଅନିଲ କୁମାର

ବ୍ରହ୍ମପୁର,(ଅନିଲ କୁମାର):ମଙ୍ଗଳବାର ଦିନ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନିଲ କୁମାର ନିର୍ବାଚନ ପ୍ରଚାରକୁ ଜୋର୍ ଦାର୍ କରି ସହରର ବାଲାଜୀ ପେଣ୍ଠ ସାହି, ଚନ୍ଦ୍ରମା ସାହି, ମୁକ୍ତିପଥ ସାହି, ହାତୀବନ୍ଧ ସାହି, ଅରବିନ୍ଦ ନଗର,ରାମକୃଷ୍ଣ ନଗର,ବଡ଼ ଖେମୁଣ୍ଡି ସାହି,ଗୋଦାବରୀଶ ନଗର ପ୍ରଭୃତି ରେ ବ୍ୟାପକ ପ୍ରଚାର କରିଥିଲେ। ଲୋକଙ୍କୁ ପଚିଶ ବର୍ଷର ସ୍ଥାଣୁ ଓ ଦୃନିର୍ତି ଗ୍ରସ୍ଥ ସରକରକୁ ହଟାଇବା ପାଇଁ ନିବେଦନ କରିଥିଲେ । ବିଭିନ୍ନ ପଥପ୍ରାନ୍ତ ସଭାରେ ଅନିଲ କୁମାର କହିଛନ୍ତି ସେ ବିଜୟୀ ହେଲେ ସହରର ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ତାଙ୍କର ପ୍ରାଥମିକତା ହେବ ।
ସହରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ରେ ଶିକ୍ଷକ ନାହାଁନ୍ତି । ବଡ ମେଡିକାଲ ଓ ସିଟି ହସ୍ପିଟାଲ୍ କଥା ନ କହିବା ଭଲ । ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଏହି ସବୁର ସୁଧାର ଆଣିବା ପାଇଁ ବିଜେପିକୁ ଭୋଟ ଦେବାପାଇଁ ଅନିଲ ନିବେଦନ କରିଥିଲେ ।
କାର୍ଯ୍ୟକ୍ରମରେ ପିତବାସ ପଣ୍ଡା, ଶରତ ପଟ୍ଟନାୟକ,ଅଶୋକ ଶୁକ୍ଳ, ବଦ୍ରି ନାୟକ, ଟୁଙ୍କ ପାତ୍ର, ସଞ୍ଜୟ ମିଶ୍ର, ଏମ. ଜଗଦୀଶ ରାଓ, ରଘୁନାଥ ପାଣିଗ୍ରାହୀ,ଅନିଲ ପଣ୍ଡା, ଜୁବୁଲି ଆଚାର୍ଯ୍ୟ, ସଞ୍ଜୟ ଜେନା,ମନିତା ଦାସ,ବର୍ଷା ବିଦୁସ୍ମିତା,ତୁତୁନ ପାତ୍ର, ପ୍ରଦୀପ ମିଶ୍ର, କମଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ