କାଳ ବୈଶାଖୀ ଆଣିଦେଲା ଆଶ୍ବସ୍ତି,ହେଲେ ବର୍ଷା ପବନରେ ଗଛ ପଡି ରାସ୍ତା ଅବରୋଧ, ବିଦ୍ୟୁତ ସେବା ବ୍ୟାହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ସମଗ୍ର ଗଜପତି ଜିଲ୍ଲାରେ ଚଳିତ ବର୍ଷ ପ୍ରବଳ ଖରାର ଉତ୍ତାପ ଅନୁଭୁତ ହେଉଥିବା ବେଳେ ଦୀର୍ଘ ଦିନ ପରେ ଆଜି ପ୍ରଚଣ୍ଡ ରୌଦ୍ରତାପ ଏବଂ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।କାଳ ବୈଶାଖୀ ପ୍ରଭାବରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ସହ ସଦର ମହକୁମା ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ଆଖପାଖ କେତେକ ଅଞ୍ଚଳରେ ବର୍ଷା ଓ ଘଡଘଡି ସାଙ୍ଗକୁ ପବନରେ ବହୁ ଗଛ ଉପୁଡ଼ି ଯାଇଛି । ସହରର ଦୋଳପୋଖରୀ ତଥା ମେଡିକାଲ ରୋଡ୍ ସମେତ ଟ୍ରେଜେରୀ ନିକଟସ୍ଥ ଆଦି ସ୍ଥାନରେ ଗଛ ପଡିଛି । ଏହି ଗଛ ଗୁଡିକ ବିଦ୍ୟୁତ ତାର ଉପରେ ପଡି ଥିବାରୁ ବିଦ୍ୟୁତ ବିଭ୍ରାଟ ମଧ୍ୟ ଦେଖାଦେଇଛି । ଅପରାହ୍ନ ପ୍ରାୟ ସାଢେ ଚାରି ଘଣ୍ଟା ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସହ ଘଡଘଡି ହୋଇଥିଲା । ମାତ୍ର ଅଧଘଣ୍ଟା ଧରି ହୋଇଥିବା ଏହି କାଳବୈଶାଖୀର ପ୍ରଭାବରେ ବହୁ ସ୍ଥାନରେ ଗଛ ପଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡିବା ଏବଂ ବିଦ୍ୟୁତ ତାର ଉପରେ ଗଛ ପଡିବା ଯୋଗୁଁ ବିଦ୍ୟୁତ ବିଭ୍ରାଟ ସୃଷ୍ଟି ହୋଇଛି । ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅଞ୍ଚଳ ଅନ୍ଧକାର ମୟ ହୋଇଥିବା ବେଳେ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ ହଟାଇବାପାଇଁ ପ୍ରୟାସ ଜାରି ରହିଛି । ତେବେ ଏହି ଅଦିନିଆ ବର୍ଷା ତଥା କାଳବୈଶାଖୀ ଯୋଗୁଁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ