ମାନସ ଦତ୍ତଙ୍କ ଜୋରଦାର ମାରାଥନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ଜୋରଦାର ମାରାଥନ ପ୍ରଚାର କରୁଛନ୍ତି । ଆଜି ସକାଳେ ବାଲେଶ୍ୱର ସହରର ୱାର୍ଡ ନଂ ୨୭ ମାଣିଖମ୍ବରେ ଡୋର ଟୁ ଡୋର କ୍ୟାମ୍ପନିଂ କରିଥିବା ବେଳେ ଅପରାହ୍ନରେ ବୁଆଁଳ ପଞ୍ଚାୟତରେ ଘରକୁ ଘର ଯାଇ ସାଧାରଣ ଜନତାଙ୍କ ଆଶୀର୍ବାଦ ଲୋଡିଲେ । ଉକ୍ତ ଲାଭାର୍ଥୀ ଅଭିଯାନରେ ଶ୍ରୀ ଦତ୍ତ ଘରକୁ ଘର ଯାଇ ଲାଭାର୍ଥୀଙ୍କୁ ଭେଟି ମୋଦି ଗ୍ୟାରେଣ୍ଟି ପତ୍ରିକା ପ୍ରଦାନ କରିଥିଲେ । ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ସହ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ଆଜି ମୋଦି ସରକାରଙ୍କ ଗ୍ୟାରେଣ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଜନଧନରେ ଟଙ୍କା, ଲକ୍ଷପତି ଦିଦି ଭଳି ଅନେକ ଯୋଜନା ଆମର ଲାଭାର୍ଥୀ ଭାଇ ଭଉଣୀ ମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରୁଛି । ଲାଭାର୍ଥୀ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଥିଲା । ପ୍ରଚାର ସମୟରେ ବିଧାୟକ ପ୍ରାର୍ଥୀ ମାନସ ଦତ୍ତଙ୍କୁ ମଧ୍ୟ ବିପୁଳ ଜନସମର୍ଥନ ମିଳୁଛି । ଜନସାଧାରଣଙ୍କ ସ୍ନେହ, ଉତ୍ସାହ ଦେଖି ସ୍ପଷ୍ଟ ବାରି ହୋଇ ପଡୁଥିଲା ଯେ ଆଗାମୀ ଦିନରେ ବାଲେଶ୍ୱରରେ ଉଭୟ ସାଂସଦ ଓ ବିଧାୟକ ବିଜୟୀ ହେବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି ।ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ନିତ୍ୟଗୋପାଲ ସିଂ, ରାଜେନ୍ଦ୍ର ଚାଟାର୍ଜୀ, ରୋଜାଲିନ ପାଣି, ଶ୍ରୀକାନ୍ତ ମହାପାତ୍ର, ମାୟାଧର ମହାଳିକ, ଧୀରଜ ମହାନ୍ତି, କରୁଣାକର ସେନାପତି, ନାରାୟଣ ଦତ୍ତ,ଗୌର ସାହୁ, ସଞ୍ଜୟ କୁମାର ବାରିକ, ଅବିନାଶ ସେଠୀ, ସୁରେନ୍ଦ୍ର ମାଝୀ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳା, ଶ୍ରୀୟା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ, ଆଶାଲତା ବାଡି, ବିଳାସିନୀ ଦାସ, ଅଶୋକ ଦାସ, ବିବେକାନନ୍ଦ ରାଉତ, ରଞ୍ଜନ କୁମାର ଦାସ, ସୌଭାଗ୍ୟ ମାନସ ନାୟକ, ପ୍ରହଲ୍ଲାଦ ଦାସ, କରୁଣାକର ମହାଳିକ, କାଳୀଚରଣ ପଣ୍ଡା, ସୁରେନ୍ଦ୍ର ମହାଳିକ, ସଦାଶିବ ବେହେରା, କାହ୍ନୁ ମହାଳିକ, ସୁଦର୍ଶନ ପଣ୍ଡା, ପ୍ରମଲ ସିଂ, ପ୍ରଶାନ୍ତ ବେହେରା, ଗଜେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ