ବାଲେଶ୍ୱରରେ ମୋଦୀ ଗ୍ୟାରେଣ୍ଟି ରଥର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସନ୍ଧ୍ୟାରେ ସାଧାରଣ ନିର୍ବାଚନ ପରିପେକ୍ଷିରେ ସ୍ଥାନୀୟ ଝାଡେଶ୍ୱର ମନ୍ଦିର ଠାରେ ମୋଦୀ ଗ୍ୟାରେଣ୍ଟି ରଥର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ତଥା ୨୦୨୪ ସଧାରଣ ନିର୍ବାଚନରେ ବାଲେଶ୍ୱର ଲୋକୋସଭାର ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ଷଡ଼ଙ୍ଗୀ ବାବା ଝାଡେଶ୍ଵର୍ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଓ ପରେ ଏକ ବିରାଟ ପଟୁଆରରେ ସମସ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ପଦଯାତ୍ରାରେ ବାହାରି ସ୍ଥାନୀୟ ଫାଣ୍ଡି ଛକ ଠାରେ ଏକ ସଭାରେ ଉଦ୍ବୋଧନ୍ ଦେଇଥିଲେ, ଏହି କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯାଇ ଥିବା ବେଳେ ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ସଦର ବିଧାନ ସଭା ସଂଯୋଜକ ପର୍ଶୁରାମ ବେହେରା, ଯୁବମୋର୍ଚ୍ଚା ସଭାପତି ରାଜେଶ୍ ମହାପାତ୍ର, ସଦର ବିଧାନସଭା ଯୁବମୋର୍ଚ୍ଚା ସଂଯୋଜକ ସୂର୍ ଝଙ୍କାର ସେଠୀ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ। ୨୦୨୪ ସଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ପୁଣି ଥରେ କେନ୍ଦ୍ରରେ ମୋଦୀ ସରକାର ଆଣିବା ଓ ଓଡ଼ିଶାରେ ବିଜେପି ସରକାର ଆଣିବା ଲକ୍ଷ୍ୟ ନେଇ ଏହି ରଥ ସମସ୍ତ ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ସ୍ଥାନରେ ସଧାରଣ ସଭା କରାଯିବା ନେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ରାଜେଶ୍ ମହାପାତ୍ର କହିଛନ୍ତି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଚିତ୍ତରଞ୍ଜନ ପଣ୍ଡା, କାଉନ ସିଲର୍ ଗୌରୀ ଦାଶ, ଭାରତୀ ପାତ୍ର ସ୍ଥାନୀୟ କାଉନସିଲର ପ୍ରାର୍ଥୀନୀ ମୌସୁମୀ ଘୋଷ, ମନୋହର ପେରିୱାଲ୍, ଖଗେନ୍ଦ୍ର ନାୟକ, ସ୍ଵାଧୀନ ପଣ୍ଡା, ମମତା ମହାପାତ୍ର, ଆଶିଷ ଘୋଷ , ରଣଜିତ୍ ପୃଷ୍ଟି,ସୌମ୍ୟ ଶଙ୍କର ଦାଶ, ମନୋଜ ପୋଦାର୍ , ସସ୍ମିତା ପଣ୍ଡା, ଯୋଗେନ୍ ରଣା, ସନାତନ ବାରିକ୍, ସଞ୍ଜୀବ ପ୍ରଧାନ, ଶୀୟା ଦାସ , ଧିରଜ ମହାନ୍ତି, ପର୍ଶୁରାମ ମହାନ୍ତି, ଜୀବନ ପାତ୍ର,ଶ୍ରୀହରି ଶୁକ୍ଳା, ପ୍ରକାଶ ମୋହନ୍ତି, ସଞ୍ଜୟ ବାରିକ୍, ମନୋରଞ୍ଜନ ନନ୍ଦୀ,ତରୁଲତା ମହାନ୍ତି ଆଲୋକ ଦାସ ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ