ଟିବିଓ ଟେକ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ମେ’ ୮ରେ ଖୋଲିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟିବିଓ ଟେକ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ମେ’ ୮, ବୁଧବାର ଖୋଲିବ ଏବଂ ମେ’ ୧୦ ତାରିଖ, ଶୁକ୍ରବାର ବନ୍ଦ ହେବ । ଆଙ୍କର ନିବେଶକମାନେ ୨୦୨୪ ମେ’ ୭, ମଙ୍ଗଳବାର ବିଡ୍ ଦାଖଲ କରିପାରିବେ ।ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୮୭୫ ଟଙ୍କାରୁ ୯୨୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୧୬ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୧୬ଟି ଲେଖାଏଁ ସେୟାର ସେଥିରେ ଯୋଡ଼ିପାରିବେ । କମ୍ପାନି ପକ୍ଷରୁ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ୧୨,୫୦୮,୭୯୭ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଉପଲବ୍ଧ କରିବେ । ଏହି ଅଫର ଜରିଆରେ ସଂଗୃହୀତ ହେବାକୁ ଥିବା ରାଶିକୁ ୧୩୫ କୋଟି ଟଙ୍କାକୁ କମ୍ପାନି ଦ୍ୱାରା ପ୍ରଯୁକ୍ତି ଓ ଡାଟା ସମାଧାନରେ ନିବେଶ କରିବା, ୧୦୦ କୋଟି ଟଙ୍କାକୁ ସହାୟକ କମ୍ପାନି ଟିଇକେ ଟ୍ରାଭେଲ୍‌ସ ଡିଏମ୍‌ସିସିରେ ନିବେଶ କରିବା, ମାର୍କେଟିଂ ଓ ପ୍ରଚାର ଅଭିଯାନ ଜରିଆରେ ପ୍ଲାଟଫର୍ମରେ ନୂଆ ବ୍ୟବହାରକାରୀ ଯୋଡ଼ିବା, ଭାରତ ବାହାରେ ଯୋଗାଣକାରୀ ଓ ଗ୍ରାହକରେ ଉନ୍ନତି ଆଣିବା ପାଇଁ ସେଲ୍‌ସ ଓ କଂଟ୍ରାକ୍ଟିଂ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଏବଂ ଭାରତରେ ସେଲ୍‌ସ ମାର୍କେଟିଂ ଓ ଭିତିଭୂମିରେ ୨୫ କୋଟଇ ଟଙ୍କା ନିବେଶ କରିବା, ଅଧିଗ୍ରହଣ ଲାଗି ପାଣ୍ଠି ରଖିବା ଏବଂ ଅବଶିଷ୍ଟ ୪୦ କୋଟି ଟଙ୍କାକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ କମ୍ପାନି ପ୍ରସ୍ତାବ ରଖିଛି ।ଅଫର୍ ଫର୍ ସେଲ୍‌ରେ ଗୌରବ ଭଟ୍ଟନାଗରଙ୍କ ଦ୍ୱାରା ୨,୦୩୩୯୪୪ ଇକ୍ୱିଟି ସେୟାର, ମନିଷ ଢ଼ିଙ୍ଗରାଙ୍କ ଦ୍ୱାରା ୫୭୨,୦୫୬ ଇକ୍ୱିଟି ସେୟାର, ଏଲ୍‌ଏପି ଟ୍ରାଭେଲ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୨,୬୦୬,୦୦୦ ଇକ୍ୱିଟି ସେୟାର, ଟିବିଓ କୋରିଆ ହୋଲ୍‌ଡିଂସ୍ ଲିମିଟେଡ୍ ଦ୍ୱାରା ୨,୬୩୭,୦୪୦ ଇକ୍ୱିଟି ସେୟାର, ଅଗଷ୍ଟା ଟିବିଓ (ସିଙ୍ଗାପୁର) ପିଟିଇ ଲିମିଟେଡ୍ ଦ୍ୱାରା ୪,୬୫୯,୭୫୭ ଇକ୍ୱିଟି ସେୟାର ବିକ୍ରି ପାଇଁ ଉପଲବ୍ଧ କରାଯିବ । ଏହି ଅଫରରେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟ କର୍ମଚାରୀମାନଙ୍କ ଲାଗି ସଂରକ୍ଷିତ ରହିବ । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ