ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମର୍ଥ ୨.୦ର ଶୁଭାରମ୍ଭ, ୨୦୦ ସ୍ୱାସ୍ଥ୍ୟ ସେବା ଷ୍ଟାର୍ଟଅପ୍ ସାମିଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଇଆଇଏଚ୍‌ଏମ୍‌ଆର୍‌ର ସ୍ୱାସ୍ଥ୍ୟସେବା କୈନ୍ଦ୍ରୀକ ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍‌ସ ପକ୍ଷରୁ ନିକଟରେ ଏକ ସ୍ୱତନ୍ତ୍ର ଅଭିବୃଦ୍ଧି ଇନ୍‌କୁବେସନ୍ କାର୍ଯ୍ୟକ୍ରମ “ସାମର୍ଥ୍ୟ ୨.୦”ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଏମ୍‌ଭିପି ପରବର୍ତୀ କିମ୍ବା ରାଜସ୍ୱ ସୃଷ୍ଟି ପର୍ଯ୍ୟାୟରେ ସେମାନଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସହଯୋଗ ପ୍ରଦାନ କରାଯାଉଛି ।ସାମର୍ଥ୍ୟ ଚାପ୍ଟର ୧ ତୁଳନାରେ ଦ୍ୱିତୀୟ ସଂସ୍କରଣରେ ୧୫ ଅଭିନବ ଷ୍ଟାର୍ଟଅପ୍‌କୁ ମାନ୍ୟତା ପ୍ରଦାନ କରାଯାଇଥିଲା, ଫଳରେ ଉଲ୍ଳେଖନୀୟ ୧୧୪ ପ୍ରତିଶତର ବୃଦ୍ଧି ଘଟିଛି । ଚୟନ କରାଯାଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଇନ୍‌ୁବେସନ୍ ଶେଷ ହେବା ପରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ବ୍ୟବସାୟ ଜ୍ଞାନ, କ୍ଲାଏଂଟ୍ ସହ ଯୋଡ଼ିହେବା, ପାଣ୍ଠି ସଂଗ୍ରହ ଆଦି ଉପରେ ମାର୍ଗଦର୍ଶନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୦୦ ଷ୍ଟାର୍ଟଅପ୍ ଆବେଦନ କରିଥିଲେ । ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ସେବାରେ ସାସ୍ ଭିତିକ ସମାଧାନ ପ୍ରଦାନକାରୀ, ସ୍ୱାସ୍ଥ୍ୟ ସେବାରେ ଏଆର୍‌/ଭିଆର୍ ପ୍ରୟୋଗ, ସ୍ୱାସ୍ଥ୍ୟ ସେବାରେ ଫିନ୍‌ଟେକ୍ ସମାଧାନ, ମାନସିକ ସ୍ୱାସ୍ଥ୍ୟ ପାଇଁ ଓୟାରେବଲ୍ ଭଳି ବିଭିନ୍ନ କ୍ଷେତ୍ରର ଅଭିନବ ଷ୍ଟାର୍ଟଅପ୍‌ଗୁଡ଼ିକ ଏଥିରେ ସାମିଲ ହୋଇଥିଲେ ।ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ସଭାପତି ଡକ୍ଟର ପିଆର ସୋଦାନୀ କହିଛନ୍ତି ଯେ, “ଆମେ ସାମର୍ଥ୍ୟ ୨.୦ ଆରମ୍ଭ କରି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ନୂଆ ରୂପ ଦେଉଥିବା ଏହି ଦୂରଦର୍ଶୀ ପରିବର୍ତନକାରୀମାନଙ୍କୁ ସଶକ୍ତ କରି ଆନନ୍ଦିତ । ଚମତ୍କାର ପରିବେଶ ମଧ୍ୟରେ ଏଭଳି ଉଦ୍ଭାବନଶୀଳ ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରିବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନର ମୁକାବିଲା କରିବା ପାଇଁ ଦେଶକୁ ସଶକ୍ତ କରିବ । ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍ ଗୁଡ଼ିକ ବର୍ତମାନ ସୁଦ୍ଧା ୫୩ଟି ନୂତନ ଉଦ୍ୟୋଗକୁ ସାହାଯ୍ୟ କରିଛି ଯାହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ମଜବୁତ ଭିତିଭୂମି ନିର୍ମାଣ କରିବା ପାଇଁ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍‌ର ସିଇଓ ପୁନୀତ ଦତ କହିଛନ୍ତି ଯେ,“ଆଇଆଇଏଚ୍‌ଏମ୍‌ଆର୍ ଷ୍ଟାର୍ଟଅପ୍ ଜରିଆରେ ଏହି ଉଦୀୟମାନ ପରିବର୍ତନକାରୀଗୁଡ଼ିକୁ ସମର୍ଥନ କରିବା ପାଇଁ ଆଇଆଇଏଚ୍‌ଏମ୍‌ଆର୍ ଫାଉଣ୍ଡେସନର ପଦକ୍ଷେପ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଭାବଶାଳୀ ସକାରାତ୍ମକ ପରିବର୍ତନ ଆଣିବାରେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ସହିତ ସଂଯୁକ୍ତ । ମୁଁ ଡକ୍ଟର ପିଆର ସୋଦାନୀ ଏବଂ ଆଇଆଇଏଚ୍‌ଏମଆର ବିଶ୍ୱବିଦ୍ୟାଳୟର ସମଗ୍ର କର୍ମଚାରୀଙ୍କୁ ସେମାନଙ୍କଦୃଢ଼ ପ୍ରୟାସ ପାଇଁ କୃତଜ୍ଞତା ଜଣାଇବାକୁ ଚାହୁଁଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ