ସଢା ଓ ଜମ୍ଭୀରା ପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ଅଭିମନ୍ୟୁଙ୍କ ପ୍ରଚାର ଜୋରଦାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରାର୍ଥୀ ପତ୍ର ଦାଖଲ ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରଦାର କରା ଯାଉଛି। ଆଜି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସଢା ଓ ଜମ୍ଭୀରା ପଞ୍ଚାୟତରେ ପ୍ରଚାର କରିଛନ୍ତି। କେତେକ ସ୍ଥାନରେ ବାଇକ ରାଲି ଓ ଆଉ କେଉଁଠି ଘରକୁ ଘର ଯାଇ ପ୍ରଚାର କରିବା ସହିତ ବିଭିନ୍ନ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା କରିଥିଲେ। ଏପେରି କି ଅନେକ ସ୍ଥାନରେ ଭୋଟର ମାନଙ୍କୁ ପାଦ ଛୁଇଁ ପ୍ରଣାମ କରିବା ସହିତ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ନବୀନ ପଟ୍ଟନାୟକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ କରିଥିବା ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହିତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀକୁ ପ୍ରଗତି ଓ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇ ବାକୁ ସେ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଛନ୍ତି। ସଢା ପଞ୍ଚାୟତରେ ତାଙ୍କ ସହିତ ବୈଦ୍ୟନାଥ ସାମଲ, ପ୍ରଦୀପ ସାମଲ, ନୀଳକଣ୍ଠ ସାମଲ, ଜଗନ୍ନାଥ ନାୟକ, ପ୍ରସନ୍ନ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଗଗନ ପହି, ମହେନ୍ଦ୍ର ଦାସ, ରଙ୍ଗାଧର ପଣ୍ଡା, ରବିନ୍ଦ୍ର ଜେନା, ଶ୍ୟାମ ସୁନ୍ଦର ସାମଲ, ଗଗନ ବିହାରୀ ବେହେରା, ଉମାକାନ୍ତ ସ୍ୱାଇଁଙ୍କ ସମେତ ଶତଧିକ କର୍ମୀ ସାମିଲ ହୋଇଥିବା ବେଳେ ଜମ୍ଭୀରା ରେ ପ୍ରଭାତ ରାଉତ, ଚଣ୍ଡୀ ପ୍ରସାଦ ରାଉତ, ସୁଧାଂଶୁ ଭୂଷଣ ମଲ୍ଲିକ, ପ୍ରଦ୍ୟୁମ୍ନ ରାଉତ, ତରଣୀସେନ ମଲ୍ଲିକ, ସଞ୍ଜୟ ରାଉତ, ବିଜୁ ରାଉତ, ଶୁକଦେଵ ସାହୁ, ବାବାଜୀ ଚରଣ ସେଠୀ, କାଳନ୍ଦୀ ସେଠୀ, ଗଣେଶ ଘଡେଇଙ୍କ ସମେତ ଶତଧିକ କର୍ମୀ ସାମିଲ ହୋଇ ଘରକୁ ଜମ୍ଭୀରା ଓ ବରାଙ୍ଗ ଗ୍ରାମରେ ଘର ବୁଲି ପ୍ରଚାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ