ପୂର୍ବତନ ହିଞ୍ଜିଳି ବିଧାୟକ କଂଗ୍ରେସରେ ମିଶିଲେ

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳିର ପୂର୍ବତନ ବିଧାୟକ ଥିବା ହରିହର ସାହୁ ଶୁକ୍ରବାର ହିଞ୍ଜିଳିକାଟୁ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ଉତ୍ସବରେ ଦଳୀୟ ଜିଲ୍ଲା ସଭାପତି ରବିନ୍ଦ୍ର ଶର୍ମାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ଜଣେ ସାଧାରଣ ତଥା ସ୍ଥାନୀୟ ନେତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାରୁ ସେ ଏଥିରେ ପ୍ରଭାବିତ ହୋଇ କଂଗ୍ରେସରେ ଯୋଗ ଦେଇଥିବା ସାହୁ କହିଛନ୍ତି । ଏକଦା ବୁଣାକାର ନେତା ଭାବେ ଜଣାଶୁଣା ହରିହର ସାହୁ ଶିକ୍ଷକତା ଚାକିରୀ ଛାଡ଼ି ୧୯୮୫ ନିର୍ବାଚନରେ ହିଞ୍ଜିଳି ବିଧାନସଭାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୦ରେ ହିଞ୍ଜିଳି ବିଧାନସଭା ଆସନରୁ ଜନତାଦଳ ବିଧାୟକ ଭାବେ ଜିତିଥିଲେ । ୧୯୯୫ରେ ସେ ଜନତା ଦଳରୁ ଲଢ଼ି ପରାସ୍ତ ହୋଇଥିଲେ । ପରେ ସେ ବିଭିନ୍ନ ସମୟରେ ବାରମ୍ବାର ଦଳ ବଦଳ କରି ଭାଜପା, ବିଜେଡ଼ି, ଓଜିପି,ଏନସିପି,କଂଗ୍ରେସ, ତୃଣମୂଳ କଂଗ୍ରେସ ଭଳି ଦଳରେ ଯୋଗ ଦେଇଥିଲେ । ପୁର୍ନବାର ୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ୨୦୦୩ରେ ହିଞ୍ଜିଳିକାଟୁ ପୈାର ତଥା ତତ୍କାଳୀନ ଏନଏସି କାଉନସିଲ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ ନିର୍ବାଚନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବେ ହିଞ୍ଜିଳିରୁ ଲଢ଼ି ମାତ୍ର ୭୭୫ଭୋଟ ପାଇଥିଲେ । ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ରଜନୀ ପାଢିଙ୍କ ପାଇଁ ସେ ଚଳିତ ନିର୍ବାଚନରେ ପ୍ରଚାରର ମଙ୍ଗ ଧରିବେ ବୋଲି କୁହାଯାଉଛି ।
ଫୋଟ –

Spread the love

Advertisement

ଏବେ ଏବେ